ସୂର୍ଯ୍ୟ ପୂଜାର ଚମତ୍କାରିତା
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ବ୍ରହ୍ମାଣ୍ଡର ଆତ୍ମା ବୋଲି ଉଲ୍ଲେଖ ରହିଛି। ପଞ୍ଚ ଦେବତା ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ୩ୟ ଦେବତା ବୋଲି ମଧ୍ୟ ମାନ୍ୟତା ରହିଛି।
ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ଜ୍ଞାନ , ସୁଖ , ସଫଳତା ,ଉତ୍ତମ ସ୍ୱାସ୍ଥ୍ୟ ସହ ଜୀବନର ଉନ୍ନତି ଘଟିଥାଏ।
ସୂର୍ଯ୍ୟଙ୍କୁ ପୂଜା କଲେ ବଳବାନ ହେବା ସହ ବ୍ୟକ୍ତି ପରୋପକାରୀ ହୋଇଥାଏ।
ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ସଭିଏଁ ବିଦ୍ୱାନ ଓ ବୃଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏତଦ୍ ବ୍ୟତୀତ କୋମଳ ଓ ପବିତ୍ରତା ମଧ୍ୟ ମନରେ ଆସିଥାଏ।
ସୂର୍ଯ୍ୟଙ୍କ ପୂଜା ହେତୁ ମନରୁ ଅହଂକାର , କ୍ରୋଧ ଆଦି ଦୂରେଇ ଯାଇଥାଏ।
ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ ଗାୟତ୍ରୀ ମନ୍ତ୍ର ପାଠ କଲେ ପୁଣ୍ୟ ମିଳିଥାଏ।