ପ୍ରେମୀଯୁଗଳଙ୍କ ଭିଡ଼ିଓ ଭାଇରାଲ ଘଟଣା, ଆତ୍ମସମର୍ପଣ କଲା ନାବାଳିକା ପ୍ରେମିକା

0

 

ନୀଳଗିରି: ନିଜକୁ ଅସୁରକ୍ଷିତ ମନେକରି ପ୍ରେମୀଯୁଗଳ ନିଜ ଭିଡ଼ିଓ ଭାଇରାଲ କରିବା ଘଟଣାରେ ସମ୍ପୃକ୍ତା ନାବାଳିକା ପ୍ରେମିକା ଶନିବାର ବାଲେଶ୍ୱର ଏସ୍‌ପିଙ୍କଠାରେ ଆତ୍ମସମର୍ପଣ କରିଛନ୍ତି ।

ଖନ୍ତାପଡ଼ା ଥାନା ଅଧୀନ ଜଣେ ୧୦ମ ଶ୍ରେଣୀର ନାବାଳିକା ଛାତ୍ରୀ ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳକୁ ଟ୍ୟୁସନ ଆସିଥିବା ବେଳେ ସେହି ଥାନା ଦିଖାପଦା ଅଞ୍ଚଳର ଅର୍ଦ୍ଧେନ୍ଦୁ ସିଂ (୨୨) ଓରଫ ଟୁଲୁ ନାମକ ଯୁବକ ତାଙ୍କୁ ବଳପୂର୍ବକ ଅପହରଣ କରିଥିବା ନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ପରେ ଫେରାର ଥିବା ପ୍ରେମୀଯୁଗଳ ନିଜକୁ ଅସୁରକ୍ଷିତ ମନେ କରି କିଛିଦିନ ପୂର୍ବରୁ ନିଜ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଫେସ୍‌ବୁକ ଓ ୱାଟ୍ସଅପ ମାଧ୍ୟମରେ ସେମାନେ ଜଣାଇଥିଲେ କି, ପ୍ରେମିକାର ବୟସ ୧୫ବର୍ଷ ହୋଇଥିବା ଯୋଗୁ ତାଙ୍କ ପରିବାର ଲୋକେ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଇଛନ୍ତି । ଉଭୟ ପ୍ରେମବିବାହ ବନ୍ଧନରେ ରହିଥିବା ବେଳେ ସେମାନଙ୍କର କିଛି କ୍ଷତି ଘଟିଲେ ଉଭୟ ଆତ୍ମହତ୍ୟା କରିବେ ବୋଲି ଭାଇରାଲ ଭିଡ଼ିଓ ମାଧ୍ୟମରେ ଚେତାବନୀ ଦେଇଥିଲେ । ସେହିପରି ଝିଅଘର ଲୋକେ ତାଙ୍କ ମୋବାଇଲ ଟ୍ରାକ୍‌ କରାଯାଇ ହତ୍ୟା ଯୋଜନା କରାଯାଉଥିବା ସେମାନେ ଅଭିଯୋଗ ଆଣିଥିଲେ ।

ତେବେ ଏହି ଭାଇରାଲ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଘଟ ହେବାର ମାତ୍ର ୨୪ଘଟଣା ପରେ ପୁଣି ଥରେ ଉକ୍ତ ଭିଡ଼ିଓଙ୍କୁ ସଂଯୋଗ କରି କେତେକ ସୋସିଆଲ ମିଡ଼ିଆର ସଦସ୍ୟ ସେମାନେ ଆତ୍ମହତ୍ୟା କରିଥିବା ଫଟୋ ଓ ଭିଡ଼ିଓ ଅପ୍‌ଲୋଡ଼ କରିବାରୁ ବିବାଦ ଘନେଇଥିଲା । ସେପଟେ ଆଜି ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋରଙ୍କଠାରେ ସମ୍ପୃକ୍ତା ନାବାଳିକା ଆତ୍ମସମର୍ପଣ କରିବା ପରେ ନୀଳଗିରି ଥାନାକୁ ଅଣାଯାଇ ତା’ର ବୟାନ ରେକର୍ଡ଼ କରାଯାଇଛି । ସେହିପରି ନୀଳଗିରି ଏସ୍‌ଡିଜେଏମ କୋର୍ଟରେ ମଧ୍ୟ ବୟାନ ରେକର୍ଡ଼ କରାଯାଇ ମେଡିକାଲରେ ନାବାଳିକାର ଡାକ୍ତରୀମାଇନା କରାଯାଇଛି । ସମ୍ପୃକ୍ତା ନାବାଳିକା ବାପଘରକୁ ଯିବନାହିଁ ବୋଲି ରୋକଠୋକ ମନା କରିବା ପରେ ପୁଲିସ ତାକୁ ବାଲେଶ୍ୱର ନାରୀସଂଘକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ହେଲେ ଏଯାବତ୍ ପ୍ରେମିକ ଅର୍ଦ୍ଧେନ୍ଦୁ ସିଂର କୌଣସି ପତ୍ତା ମିଳିନାହିଁ ।

Leave A Reply