www.samajalive.in
Monday, December 15, 2025
26.1 C
Bhubaneswar

ସିଧାସଳଖ ଚାଷୀଙ୍କ ଖାତାକୁ ଯିବ ଧାନ ବିକ୍ରି ଟଙ୍କା : ମନ୍ତ୍ରୀ

ସମ୍ବଲପୁର: ସମଗ୍ର ଓଡ଼ିଶାରେ ଖରିଫ ଧାନ ବିକ୍ରି ପାଇଁ ଗତ ୧୯ ତାରିଖଠାରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି । ତେବେ ଦୁଇ ସପ୍ତାହ ପରେ ମଧ୍ୟ ମାତ୍ର ୩୦ ପ୍ରତିଶତ ଚାଷୀ ପଞ୍ଜୀକରଣ ହୋଇପାରି ନାହିଁ। ଏହାର ପ୍ରମୁଖ କାରଣ ହେଉଛି ଚଳିତବର୍ଷ ମିଳିତ ଅଧିକାରଭୁକ୍ତ ଜମିପଟ୍ଟାରେ ନାମ ଥିବା ସମସ୍ତଙ୍କ ଦସ୍ତଖତ ଆବଶ୍ୟକ ହେଉଥିବା ବେଳେ ଇ-କେୱାଇସି ନାମରେ ପ୍ରକ୍ରିୟ‌ା ପୂର୍ବାପେକ୍ଷା ଖୁବ୍ ଅଧିକ ଜଟିଳ ହୋଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ପିଢ଼ି ପିଢ଼ି ଧରି ଅବିଭାଜିତ ଜମିର ଉତ୍ତରାଧିକାର ସୂତ୍ରରେ ଏବେ ତୃତୀୟ ପିଢ଼ି ହାତରେ ଥିବା ବେଳେ ପଟ୍ଟା‌ଧାରୀ ବ୍ୟକ୍ତିଙ୍କ କେବେ ଠାରୁ ପରଲୋକ ହୋଇଗଲାଣି। ତେଣୁ ଏଭଳି ସ୍ଥିତିରେ ସମସ୍ତ ଉତ୍ତରାଧିକାରୀଙ୍କ ଦସ୍ତଖତ ଆବଶ୍ୟକ ହେଉଥିବାରୁ ଚାଷୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସ‌ାରେ ଜୁଲାଇ ୧୯ରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ କରାଯିବ। ହେଲେ ଦୁଇସପ୍ତାହ ପରେ ମଧ୍ୟ ଅଧିକାଂଶ ଚାଷୀ ପଞ୍ଜୀକରଣ ପାଇଁ ରାଜସ୍ବ ମଣ୍ଡଳ କାର୍ଯ୍ୟାଳୟ, ବ୍ୟାଙ୍କ, ଆଧାର କେନ୍ଦ୍ର ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ଗତବର୍ଷ ଖରିଫଋତୁରେ ସମ୍ବଲପୁର ଜିଲାରେ ୫୯,୯୦୦ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଅଦ୍ୟାବଧି ମାତ୍ର ୨୨,୨୮୬ ଚାଷୀ ପଞ୍ଜୀକରଣ କରିପାରିଥିବା ସରକାରୀ ସୂତ୍ରରୁ ଜଣାପଡିଛି।
ଚାଷୀ ପଞ୍ଜୀକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପଞ୍ଜୀକରଣ ପ୍ରକ୍ରିୟାରେ ଏଥର ସରଳୀକରଣ କରାଯାଉଛି। ତେଣୁ ସିଧାସଳଖ ଚାଷୀଙ୍କ ଖାତାକୁ ଯେମିତି ଧାନବିକ୍ରି ଟଙ୍କା ଯିବ ସେଥିପାଇଁ ଏହି ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories