www.samajalive.in
Saturday, December 6, 2025
15.1 C
Bhubaneswar

୭ଦିନରେ ଅଭିଯୁକ୍ତଙ୍କୁ ଗିରଫ ନକଲେ ଡିଜିପି କାର୍ଯ୍ୟାଳୟ ଘେରିବୁ : ଭକ୍ତ ଦାସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚିଥିବା ଅବସ୍ଥାରେ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ଆତ୍ମାର ସଦ୍‌ଗତି କାମନା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ସରକାର ୭ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ ନ କଲେ କଂଗ୍ରେସ ବାଧ୍ୟ ହୋଇ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟ ଘେରଉ କରିବ ବୋଲି ପିସିସି ସଭାପତି ଭକ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି, ଏଭଳି ଘଟଣାରେ ସମ୍ପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ଏହାର ଉତ୍ତର ସରକାର ରଖନ୍ତୁ। ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ସାରା ରାଜ୍ୟରେ ଏତେ ଚର୍ଚ୍ଚା ହେଲା ପରେ ବି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିଲା ନାହିଁ। ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ଏଥିରୁ ତାହା ସ୍ପଷ୍ଟ ଜଣାପଡୁଛି। ଏ ଘଟଣାକୁ କିଭଳି ଚପା ଯିବାକୁ ଚେଷ୍ଟା କରାଯାଉଛି ତାହା ଜଣାପଡୁଛି। ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ପୋଡ଼ି ହେବା ଘଟଣାରେ ମଧ୍ୟ ସରକାରଙ୍କ କାର୍ଯ୍ୟପନ୍ଥାକୁ ନେଇ ସନ୍ଦେହ ହେଉଛିି। ବଳଙ୍ଗା ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଶୋକବାର୍ତ୍ତା ନ ଦେଇ ଅଭିଯୁକ୍ତଙ୍କୁ ଧରି ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ। କଂଗ୍ରେସ ୭ ଦିନ ଭିତରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆହ୍ୱାନ ଦେଉଛି। ଯଦି ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଧରା ନ ଯାଏ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରଉ କରାଯିବ। ପୀଡ଼ିତାଙ୍କର ଆଜି ଦେହାନ୍ତ ହୋଇଛି; କିନ୍ତୁ ବୟାନ ପରେ ବୟାନ ରେକର୍ଡ ହୋଇଥିବା କୁହାଯାଇଛି। ତାଙ୍କ ବୟାନ ସାମ୍ନାକୁ ଅଣାଯାଉ। ଫମ୍ପା ସମବେଦନାର କିଛି ମୂଲ୍ୟ ନାହିଁ। ଏହା ଏକ ବ୍ୟବସ୍ଥାଭିତ୍ତିକ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି। କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ ମାମଲାରେ ଯେପରି ପୁଲିସ ତତ୍ପରତା ଦେଖାଉଛି, ସେହିଭଳି ଏଫ୍ଏମ୍ ମହାବିଦ୍ୟାଳୟ ଏବଂ ବଳଙ୍ଗା ମାମଲାରେ କାହିଁକି ଦେଖାଇଲାନି। ବଳଙ୍ଗା ଛାତ୍ରୀ ଘଟଣା ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଘଟିଛି। ଏଭଳି ଅଭିଯୁକ୍ତଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡ଼ାଉଛନ୍ତି। ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories