www.samajalive.in
Sunday, December 7, 2025
13.1 C
Bhubaneswar

ଦୁଇ ଦଶନ୍ଧି ଧରି ସହିଦଙ୍କ ପରିବାରକୁ ଚିଠି ଲେଖୁଛନ୍ତି ଜିତେନ୍ଦ୍ର

ସୁରତ୍‍: ଦେଶପ୍ରେମ ଜାଗ୍ରତ କରିବା ଓ ଦେଶ ପାଇଁ ପ୍ରାଣବଳୀ ଦେଉଥିବା ସହିଦଙ୍କ ସମ୍ମାନାର୍ଥେ କିଏ କେତେ କ’ଣ କରୁଛନ୍ତି; ହେଲେ ସୁରତ୍‍ର ଜିତେନ୍ଦ୍ର ସିଂହ ଗୁର୍ଜର ଭିନ୍ନ ପଥ ଆପଣାଇଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ସହିଦଙ୍କ ସମ୍ମାନାର୍ଥେ ସେମାନଙ୍କ ପରିବାରକୁ ଚିଠି ଲେଖିଆସୁଛନ୍ତି। ପୋଷ୍ଟକାର୍ଡରେ ଜାତୀୟ ପତାକା ଚିତ୍ର ଆଙ୍କି ସେଥିରେ ଯତ୍ନର ସହିତ ‘ସତ୍ୟମେବ ଜୟତେ’ ଲେଖିବା ସହ ଏହାକୁ ସହିଦଙ୍କ ପରିବାରକୁ ପଠାଉଛନ୍ତି। କାର୍ଗିଲ ଯୁଦ୍ଧ ସମୟରୁ ୧୯୯୯ରୁ ସେ ଏହା କରିଆସୁଛନ୍ତି; ବିଶେଷକରି କାର୍ଗିଲ ସହିଦଙ୍କ ପରିବାରକୁ ନିୟମିତ ଚିଠି ପଠାଇ ସେମାନଙ୍କ ବଳିଦାନକୁ ସ୍ମରଣ କରିଚାଲିଛନ୍ତି। କାର୍ଗିଲ ଯୁଦ୍ଧ ହିଁ ତାଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଥିବା କହନ୍ତି ଜିତେନ୍ଦ୍ର। ଏହି ଯୁଦ୍ଧରେ ସେନାରେ ଥିବା ତାଙ୍କ ଗାଁର କିଛି ଯବାନ ପ୍ରାଣହରାଇଥିଲେ। ସେମାନଙ୍କ ବୀରତ୍ୱର କାହାଣୀ ହିଁ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେବେଠାରୁ ସେ ଚିଠିଲେଖା ଆରମ୍ଭ କରିଥିଲେ। ଏଥିମଧ୍ୟରେ ଚିଠିଟିଏ ଦେବାର ନିଆରା ଆନନ୍ଦ ସେ ଅନୁଭବ କରିଛନ୍ତି। ଚିଠିର ଉତ୍ତରରେ କିଏ ସହିଦଙ୍କୁ ସ୍ମରଣକରି କାନ୍ଦନ୍ତି ତ କିଏ କୃତଜ୍ଞତା ଜଣାନ୍ତି। ଆଉ କିଏ ଚିଠିକୁ ହସରେ ଉଡ଼ାଇଦିଅନ୍ତି। ଏହା ସତ୍ତେ୍ୱ ଚିଠିର ଉତ୍ତର ପାଇବା କ୍ଷଣି ସେ ଆନନ୍ଦ ପାଆନ୍ତି ବୋଲି କହନ୍ତି ଜିତେନ୍ଦ୍ର। ଜିତେନ୍ଦ୍ର ସମୟକ୍ରମେ ୪୦ରୁ ୫୦ ସହିଦଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଭେଟିଛନ୍ତି। ସହିଦଙ୍କ ପରିବାରକୁ ଭେଟିଲାବେଳେ ସେମାନଙ୍କଠାରୁ ପୁଅ ଭଳି ବ୍ୟବହାର ପାଇଛନ୍ତି। ସହିଦଙ୍କ ଜନ୍ମସ୍ଥଳୀରୁ ସେ କିଛି ମାଟି ସଂଗ୍ରହ କରିଛନ୍ତି; ଭବିଷ୍ୟତରେ ଏହି ମାଟିରେ ସହିଦ ସ୍ମାରକ କରିବାର ଉଦ୍ଦେଶ୍ୟ ରଖିଛନ୍ତି।
ଜିତେନ୍ଦ୍ରଙ୍କ ଘର ରାଜସ୍ଥାନରେ। ବୃତ୍ତିରେ ସେ ଜଣେ ସୁରକ୍ଷାକର୍ମୀ (ସିକ୍ୟୁରିଟି ଗାର୍ଡ)। ବୟସ ଏବେ ତାଙ୍କୁ ୩୭, ପୂର୍ବରୁ ସେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ; କିନ୍ତୁ ଏହାକୁ ଛାଡ଼ି ସୁରତ୍‍ର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ସମୟ ବାହାରକରି ସେ ଖବର କାଗଜରୁ ସହିଦଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତି। ସେମାନଙ୍କ ଠିକଣା ଓ ଜୀବନୀକୁ ନେଇ ରେଜିଷ୍ଟାର ପ୍ରସ୍ତୁତ କରିଛନ୍ତି। ଅଦ୍ୟାବଧି ସେ ସହିଦମାନଙ୍କସମ୍ପର୍କରେ ଯେତିକି କାଗଜପତ୍ର ଓ ସାମଗ୍ରୀ ସଂଗ୍ରହ କରିଛନ୍ତି ତାହାର ଓଜନ ୯ କ୍ୱିଣ୍ଟାଲ ହେଲାଣି। ପୁନଶ୍ଚ ପୋଷ୍ଟକାର୍ଡ କିଣାରେ ସେ ଯେତିକି ବ୍ୟୟ କରୁଛନ୍ତି ତାହା ମଧ୍ୟ କିଛି କମ୍‍ ନୁହେଁ। ୨୦୦୪ରେ ଏହାର ଦାମ୍‍ ଯେତିକି ଥିଲା ଏବେ ସେଥିରେ ୬୬ପ୍ରତିଶତ ବୃଦ୍ଧି ଘଟିଲାଣି। ଏ ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏବେ ମଧ୍ୟ ପୋଷ୍ଟକାର୍ଡ ମୂଲ୍ୟ ହ୍ରାସ ପାଇଁ ସେ ପ୍ରତି ମାସରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଥିବା କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories