www.samajalive.in
Monday, December 15, 2025
27.1 C
Bhubaneswar

ଡିଜିଟାଲ ଆରେଷ୍ଟ ଠକେଇକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ – ଡିଜିଟାଲ ଆରେଷ୍ଟ ପରି ଠକେଇକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ବିଭିନ୍ନ ସମୟରେ ସାଇବର ଠକ ମାନେ ସାଧାରଣ ଜନତା ଙ୍କୁ ପ୍ରଲୋଭନ ଦେଖାଇ ଠକେଇ କରିଥାଆନ୍ତି । ମାତ୍ର ଏବେ ଡିଜିଟାଲ୍‌ ଆରେଷ୍ଟ ନାଁରେ ଧମକ ଦେଇ ଠକେଇ ହେଉଛି । ଠକେଇର ଶୀକାର ହୋଇଥିବା ଲୋକମାନେ ସାଇବର ଥାନାରେ ଅଭିଯୋଗ ପରେ କିଛି ଅଭିଯୋଗକାରୀ ନିଜର ପଇସା ଫେରସ୍ତ ପାଇଥାଆନ୍ତି ତ ଆଉ କିଛି ଲୋକମାନେ ନିଜର ପଇସା ଫେରସ୍ତ ପାଇନଥାଆନ୍ତି। ଏହି ଠକେଇ କୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇ କହିଛନ୍ତି ଯେ ଡିଜିଟାଲ ଆରେଷ୍ଟ ଠକେଇ ତଦନ୍ତ ଭାର ସିବିଆଇ କରିବ ।

ପୂର୍ବରୁ ଡିଜିଟାଲ ଆରେଷ୍ଟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଡିଜିଟାଲ ଆରେଷ୍ଟ ସମ୍ପର୍କିତ ମାମଲାର ତଥ୍ୟ ପ୍ରଦାନ କରିବାକୁ କହିଥିଲେ ।

- Advertisement -

ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ଯୁକ୍ତିଯୁକ୍ତ ବୋଲି ବିଚାରପତିଦ୍ବୟ ଦର୍ଶାଇଛନ୍ତି। ତେବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଡିଜିଟାଲ ଆରେଷ୍ଟ ନେଇ ତଥ୍ୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ କୌଣସି ନିର୍ଦେଶାନାମା ଜାରି କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପୀଠ ସ୍ପଷ୍ଟ କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୀଠକୁ ଜଣାଇଥିଲେ ଯେ ଡିଜିଟାଲ ଆରେଷ୍ଟ ସମ୍ପର୍କିତ କେତେକ ମାମଲାର ତଦନ୍ତ ସିବିଆଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ୍‌ ବିଭାଗ ସହ ମିଶି କରୁଛି। ତେବେ ଦେଶବ୍ୟାପୀ ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ପାଇଁ ସିବିଆଇ ନିକଟରେ ସମ୍ବଳ ରହିଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପୀଠ ସଲିସିଟର ଜେନେରାଲଙ୍କୁ ପୂର୍ବରୁ କହିଥିଲେ।

ସୂଚନାଥାଉ କି ଅମ୍ବଲାର ଏକ ବରିଷ୍ଠ ଦମ୍ପତି ସୁପ୍ରିମକୋର୍ଟଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ କେତେକ ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ଦର୍ଶାଇ ହ୍ବାଟସ୍‌ ଆପ୍‌ ଜରିଆରେ ଭିଡିଓ କଲ୍‌ କରି ମିଥ୍ୟା ସୁପ୍ରିମକୋର୍ଟ ରାୟ ବଳରେ ସେମାନଙ୍କ ଠାରୁ ୧ କୋଟି ଟଙ୍କା ଟଙ୍କା ଠକି ନେଇଛନ୍ତି। ପତ୍ର ପାଇବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ଗତ ଅକ୍ଟୋବର ୧୭ରେ କେନ୍ଦ୍ର ସରକାର, ସିବିଆଇ ଓ ହରିୟାଣା ସରକାରଙ୍କୁ ନୋଟିସ୍‌ କରିଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories