www.samajalive.in
Saturday, December 13, 2025
18.1 C
Bhubaneswar

ବଢିଛି ମାନବ ଚାଲାଣ – ହେଲେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି କେହି

ରାଜ୍ୟରେ ଦିନକୁ ଦିନ ମାନବଚାଲାଣ ବଢ଼ିବାରେ ଲଗିଛି। ଅନେକ ସମୟରେ ଛୋଟପିଲା ଙ୍କ ଠାରୁ ଆରମ୍ଭ କରି ମହିଳା ନିଖୋଜ ହୋଇଥିବାର ସାମ୍ନା କୁ ଆସୁଛି । ସୋମବାରରେ ବିଧାନସଭାରେ ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରଶ୍ନ କରିଥିଲେ ।

ଓଡ଼ିଶାରେ କେତେ ମାନବ ଚାଲାଣ ମାମଲା ରିପୋର୍ଟ ହୋଇଛି ସେ ବିଷୟରେ ସେ ପ୍ରଶ୍ନ ପଚାରିଥିଲେ । ମୋଟ ପୀଡିତଙ୍କ ସଂଖ୍ୟା କେତେ? ପୀଡିତାଙ୍କ ମଧ୍ୟରୁ କେତେ ମହିଳା ଏବଂ କେତେ ୧୮ ବର୍ଷରୁ କମ୍ ବୟସର। ଏହି ମାମଲାରେ କେତେ ତଦନ୍ତ ସମାପ୍ତ ହୋଇଛି। କେତେ ଜଣଙ୍କ ଉପରେ ଚାର୍ଜସିଟ୍ ଦାଖଲ ହୋଇଛି ଓ ଆଉ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚାଲାଣ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସୁଦୃଢ଼ କରିବା ଏବଂ ବିଚାରାଧୀନ ମାମଲାଗୁଡ଼ିକର ଦ୍ରୁତ ସମାଧାନ ସୁନିଶ୍ଚିତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି? ବୋଲି ସେ ପ୍ରଶ୍ନ କରିଥିଲେ ।

- Advertisement -

ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟରେ ମୋଟ ୧୩୦୫ ଜଣ ମାନବ ଚାଲାଣ ହୋଇଛନ୍ତି। ୬୪୪ ଜଣ ମହିଳା ଓ ୩୪୮ ଜଣ ୧୮ ବର୍ଷରୁ କମ୍ ବୟସର ନାବାଳକ ଥିଲେ।

ଶ୍ରୀ ମାଝୀ କହିଛନ୍ତି ଯେ ୭୪ ଟି ମାମଲାରେ ତଦନ୍ତ ସମାପ୍ତ ସରିଛି ।, ୬୪ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ତମଧ୍ୟରୁ ୧୨୦୯ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ ଜଣ ପୁଅ ହୋଇଥିବା ବେଳେ ୧୦୭୮ ଜଣ ଝିଅ । ଏହି ଅଗ୍ରଗତି ସତ୍ତ୍ୱେ, ରାଜ୍ୟ କୌଣସି ବି ଚାଲାଣ ମାମଲାରେ ବିଚାର ଶେଷ ହୋଇଥିବା ବେଳେ ଗୋଟିଏ ବି ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ପ୍ରତ୍ୟେକ ଜିଲାମାନଙ୍କରେ ଚାଲାଣ ମାମଲାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ଓ ଗିରଫଦାରୀଙ୍କୁ ଅଧିକ କଠୋର ଦଣ୍ତ ଦେବାକୁ ପୁଲିସ ଷ୍ଟେସନଗୁଡ଼ିକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories