www.samajalive.in
Saturday, December 13, 2025
14.1 C
Bhubaneswar

ମୁନିରଙ୍କୁ ସିଡିଏଫ କରିବାକୁ ଚାହୁଁନାହାନ୍ତି ଶେହବାଜ ଶରିଫ

ସମାଜଲାଇଭ ଡେସ୍କ: ପାକିସ୍ତାନ ସେନାର ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ ବା ଚିଫ ଅଫ ଡିପେନ୍ସ ଫୋର୍ସ କରିବା ଲାଗି ସମ୍ବିଧାନରେ ସଂଶୋଧନ କରାଯାଇଛି। ହେଲେ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହା ଚାହୁଁନାହାନ୍ତି। ମୁନିରଙ୍କୁ ସିଡିଏଫ ଭାବେ ଦାୟିତ୍ଵ ଦେବା ଲାଗି ଆବଶ୍ୟକ ପଡ଼ୁଥିବା ବିଜ୍ଞପ୍ତିରେ ଶରିଫ ଦସ୍ତଖତ ନ କରିବା ତାଙ୍କର ପ୍ରକୃତ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହା କହିଛନ୍ତି ଲେଖକ ତଥା ଜାତୀୟ ନିରାପତ୍ତା ଉପଦେଷ୍ଟା ବୋର୍ଡ(ଏନଏସଏବି) ସଦସ୍ୟ ତିଳକ ଦେବାଶର।

ଦେବାଶର କହିଛନ୍ତି, ଶରିଫ ଉଦ୍ଦେଶ୍ୟମୂଳକ ଭାବେ ଦେଶ ବାହାରେ ରହୁଛନ୍ତି। ଏହାର ପଛର କାରଣ ହେଉଛି ଦେଶର ପ୍ରଥମ ସିଡିଏଫଙ୍କ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି। ଅସିମ ମୁନିର ସିଡିଏଫ ହେଲେ ସେ ଦେଶର ଇତିହାସରେ ସବୁଠୁ ଶକ୍ତିଶାଳୀ ସେନାମୁଖ୍ୟ ଭାବେ ଗଣାଯିବେ। ଯାହା ଚାହୁଁନାହାନ୍ତି ଶରିଫ।

- Advertisement -

ଦେବାଶର କହିଛନ୍ତି, ବିଜ୍ଞପ୍ତିରେ ଦସ୍ତଖତ ନ କରିବା ଲାଗି ଶରିଫ ପ୍ରଥମେ ବାହାରିନ ଯାଇଥିଲେ। ସେଠାରୁ ସ୍ବଦେଶ ଫେରିବା କଥା। କିନ୍ତୁ ସେ ବାହାରିନରୁ ଲଣ୍ଡନ ଚାଲିଗଲେ। ଚତୁରତାର ସହିତ ସେ ଏଭଳି କରୁଛନ୍ତି। ମୁନିରଙ୍କୁ ୫ ବର୍ଷ ପାଇଁ ଏତେ ଶକ୍ତିଶାଳୀ ପଦବୀ ଦେବାକୁ ସେ ଚାହୁଁନାହାନ୍ତି ବୋଲି ଦେବାଶର କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories