www.samajalive.in
Sunday, December 7, 2025
18.1 C
Bhubaneswar

୧୫ ଜୁନ୍ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ ଆମ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପରିସର ସ୍ଥିତ ଆମ ଆଦମୀ ପାର୍ଟିର ଅଫିସକୁ ନେଇ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଆମ ଆଦମୀ ପାର୍ଟିକୁ ୧୫ ଜୁନ୍ ସୁଦ୍ଧା ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଜେ ବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆପରୁ ନିଜ କାର୍ଯ୍ୟାଳୟ ପାଇଁ ଭୂମି  ବଣ୍ଟନ ପାଇଁ ଭୂମି ଏବଂ ବିକାଶ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟରେ ଏହି ଯାଚିକା ଆପ୍ ତରଫରୁ ଆବେଦନ କରାଯାଇଥିଲା । ଆମ ଆଦମୀ ପାର୍ଟି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ ଦେଇଥିଲା । ଏଥିରେ ଆପକୁ କାର୍ଯ୍ୟାଳୟ ଖାଲି କରିବାକୁ କୁହାଯାଇଥିଲା । ଆପ୍ କହିଥିଲା କି ସେ ଜାତୀୟ ଦଳ, ତେଣୁ ଦଳକୁ କୌଣସି ଏକ ଭଲ ସ୍ଥାନରେ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଉ । କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖି ଆମ ଆଦମୀ ପାର୍ଟିର ଯାଚିକାକୁ ଖାରଜ କରିଛନ୍ତି ।

- Advertisement -

କହିରଖୁଛୁ ଦିଲ୍ଲୀରେ ରାଉଜ ଏଭେନ୍ୟୁ କୋର୍ଟର ବିସ୍ତାରକୁ ନେଇ ସର୍ଭେ ହୋଇଥିଲା । ଏହା ପରେ ଆମିକସ କ୍ୟୁରୀର ପରମେଶ୍ବର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କି ଦିଲ୍ଲୀ ହାଇକୋର୍ଟଙ୍କ ଜମିରେ ଏକ ରାଜନୈତିକ ଦଳର କାର୍ଯ୍ୟାଳୟ ରହିଛି, ଯେଉଁଥିପାଇଁ ଅସୁବିଧା ହେଉଛି । ଏହା ପରେ ହାଇକୋର୍ଟ ଆମ ଆଦମୀ ପାର୍ଟିକୁ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories