www.samajalive.in
Sunday, December 14, 2025
17.1 C
Bhubaneswar

ଦେଶରେ ନେତାଙ୍କ ବିରୋଧରେ ରହିଛି ୫୧୭୫ଟି ମାମଲା, ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ରାୟ ଶୁଣାଇବା ପାଇଁ ସୁପ୍ରିମ କୋର୍ଟ ପକ୍ଷରୁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଟ୍ରାଏଲ କୋର୍ଟ ପାଇଁ ସମାନ ମାର୍ଗଦର୍ଶିକା ଗଠନ କଷ୍ଟକର ଏବଂ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି ଯେ ଆଜୀବନ କାରାଦଣ୍ଡ ଓ ଫାଶୀ ଦଣ୍ଡାଦେଶ ଥିବା ମାମଲାଗୁଡିକୁ ଅଧିକ ପ୍ରାଥମିକତା ଦିଆଯାଇ ହାଇକୋର୍ଟ ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ମଧ୍ୟ ଗଠନ କରିପାରିବେ। ସମ୍ପୃକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇପାରିବ। ତେବେ ଏଭଳି ମାମଲାରେ ଟାଇମ୍‌ଲାଇନ୍‌କୁ ନେଇ କୌଣସି ନିର୍ଦେଶ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି।

- Advertisement -

ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ବେଞ୍ଚ ସମୟ ସମୟରେ ମାମଲାଗୁଡିକର ତାଲିକାଭୁକ୍ତ କରାଯାଇପାରିବ। ଯେଉଁମାନଙ୍କ ଶୁଣାଣି ଅଟକିଛି ସେଥିପାଇଁ ଏକ ତାଲିକା ପ୍ରସ୍ତୁତ ସହ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବେଞ୍ଚର ନେତୃତ୍ୱ ନିଜେ ହାଇକୋର୍ଟର ମୁଖ୍ୟ ବିଚାରପତି ନେବା ଆବଶ୍ୟକ। ଯେଉଁ ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହେବ, ସେଗୁଡିକର ତ୍ବରିତ ଶୁଣାଣି କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ଦେଶରେ ୫୧୭୫ଟି ମାମଲା ବିଚାରାଧୀନ ରହିଛି। ଏସବୁ ମାମଲାର ଶୀଘ୍ର ଶୁଣାଣି କରିବାକୁ ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ଓଡ଼ିଶାରେ ବର୍ତ୍ତମାନ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ନାମରେ ୬୪ଟି ମାମଲା ରହିଥିବାବେଳେ ସେଥିମଧ୍ୟରେ ହତ୍ୟା ଓ ଗୁରୁତର ଅପରାଧ ଥିବା ଜଣାପଡ଼ିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories