www.samajalive.in
Sunday, December 14, 2025
23.1 C
Bhubaneswar

ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ

କଲମପୁର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଲମପୁର ଥାନା ଅଧିନସ୍ଥ ଜନୈକା ନାବାଳିକା ନିକଟସ୍ଥ କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମର ତୁଳାରାମ ବେହେରା ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଯୁବକ ଜଣକ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ସହ କିଛି ଅନ୍ତରରଙ୍ଗ ମୂହୁର୍ତର ଫଟୋ ଏବଂ ଭିଡିଓ ନିଜ ପାଖରେ ରଖିଥିଲା। ସେହି ଫଟୋ ଏବଂ ଭିଡିଓକୁ ଯୁବକ ଜଣକ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ଦେଇଥିଲା। ଏନେଇ ସମ୍ପୃକ୍ତ ନାବାଳିକା ନ୍ୟାୟ ପାଇଁ କଲମପୁର ଥାନାର ଦ୍ୱାରସ୍ଥ ହେଇଥିଲା। କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲେ। ଅଭିଯୁକ୍ତ ତୁଳାରାମର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories