www.samajalive.in
Monday, December 15, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କୁ ଜଣାଇଲା ସେଣ୍ଟ୍ରାଲ ଆକ୍ସନ କମିଟି – ପଶ୍ଚିମ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ସମସ୍ତ ଅଦାଲତ ସୋମବାରଠାରୁ ପୂର୍ବଭଳି କାର୍ୟ୍ୟ ଆରମ୍ଭ କରିଛି ବୋଲି ସେଣ୍ଟ୍ରାଲ ଆକ୍ସନ କମିଟି ତରଫରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ବିଚାରପତି ସଞ୍ଜୟ କିଷନ କୌଲ ଓ ବିଚାରପତି କେ ଏମ ଯୋଶେଫଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସେଣ୍ଟ୍ରାଲ ଆକ୍ସନ କମିଟିର ସଂପାଦକ ବିଜିତେନ୍ଦ୍ର ପ୍ରଧାନଙ୍କ ତରଫରୁ ବରିଷ୍ଠ ଓକିଲ ଅଶୋକ ପଣ୍ଡା ସତ୍ୟପାଠ ଜରିଆରେ ଆନ୍ଦୋଳନ ପ୍ରତ୍ୟାହାର ବିଷୟରେ ସୂଚନା ଦେଇଥିଲେ। ତେବେ ବାସ୍ତବରେ ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହର ହୋଇଛି କି ନାହିଁ ଏବଂ ବିନା ବାଧାରେ ଅଦାଲତ କାର୍ୟ୍ୟ ଚାଲୁଛି କି ନାହିଁ ସେ ବିଷୟରେ ଜାଣିବାକୁ ସମସ୍ତ ଜିଲା ଦୌରା ଜଜ୍‍ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ଜରିଆରେ ଜିଲା ଦୌରାଜଜ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ। ଆନ୍ଦୋଳନରତ ଜିଲାର ମାମଲାଗୁଡ଼ିକୁ ପଡ଼ୋଶୀ ଜିଲାକୁ ସ୍ଥାନାନ୍ତର ନେଇ ଡିସେମ୍ବର ୬ର ପୂର୍ବ ନିର୍ଦେଶନାମା ଏବଂ ଓଡ଼ିଶା ସରକାରଙ୍କ ଫେବୃଆରୀ ୧୩ ବିଜ୍ଞପ୍ତି ବିଷୟରେ ପରବର୍ତ୍ତୀ ଶୁଣାଣିରେ ବିଚାର କରାଯିବ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ସ୍ପଷ୍ଟ କରିଥିଲେ।

ମାମଲାର ଶୁଣାଣି ବେଳେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଓକିଲ ଶିବ ଶଙ୍କର ମିଶ୍ର ଦର୍ଶାଇଥିଲେ ଯେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ପାଞ୍ଚଟି ଜିଲାର ୧୦ ଅଦାଲତ ଅଚଳ ରହିଛି। ସେଣ୍ଟ୍ରାଲ ଆକ୍ସନ କମିଟି ତରଫରୁ ବରିଷ୍ଠ ଓକିଲ ଅଶୋକ ପଣ୍ଡା ଆନ୍ଦୋଳନ ପ୍ରତ୍ୟାହାର ବିଷୟରେ ସୂଚନା ଦେଇ ଜଣାଇଥିଲେ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ୧୯୯୧ରୁ ଉଦ୍ୟମ ଜାରି ରହିଛି। ପଶ୍ଚିମ ଓଡ଼ିଶା ବେଞ୍ଚ ସ୍ଥାପନ ପ୍ରସ୍ତାବ ବିଷୟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶନାମା ଜାରି କରନ୍ତୁ ବୋଲି ଆଡ଼ଭୋକେଟ ପଣ୍ଡା ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର ପରେ ଦାବିର ବିଚାର କରାଯିବ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ଟିପ୍ପଣୀ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧କୁ ଧାର୍ୟ୍ୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories