www.samajalive.in
Tuesday, December 9, 2025
15.1 C
Bhubaneswar

ରେଳବାଇ ଜମିରେ ବେଆଇନ ନିର୍ମାଣ; ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଅନ୍ତର୍ଗତ କୃଷ୍ଣ ଜନ୍ମଭୂମି ନିକଟରେ ରେଳବାଇ ଜମିରେ ହୋଇଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ହଟାଇବା ପାଇଁ ରେଳବାଇ କର୍ତ୍ତୃପକ୍ଷଙ୍କ ଭାଙ୍ଗିବା ଅଭିଯାନ ବିରୋଧରେ ଦାୟର ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ଅନିରୁଦ୍ଧ ବୋଷ, ସଞ୍ଜୟ କୁମାର ଏବଂ ଏସ୍.ଭି.ଏନ୍ ଭଟ୍ଟୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରେଳବାଇ ପକ୍ଷରୁ ବେଆଇନ ନିର୍ମାଣ ବିରୋଧୀ ଅଭିଯାନ ଶେଷ ହୋଇଥିବା କୁହାଯାଇଛି। ଉପଯୁକ୍ତ ଶୁଣାଣି ପାଇଁ ଟ୍ରାଏଲ କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଯେଉଁ ବିଷୟ ଦାବି କରାଯାଇଛି ସେହିଭଳି ମାମଲା ନ୍ୟାୟିକ ସିଭିଲ୍ କୋର୍ଟରେ ବିଚାରାଧୀନ ଥିବାରୁ, ଆବେଦନକାରୀଙ୍କୁ ସେହି କୋର୍ଟରେ ଆବେଦନ କରିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ ଅଗଷ୍ଟ ୧୬ ତାରିଖରେ ୧୦ ଦିନ ପାଇଁ ଅବୈଧ ନିର୍ମାଣ ଭାଙ୍ଗିବା ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେବା ପୂର୍ବରୁ ଶହେରୁ ଅଧିକ ଘର ବୁଲଡୋଜର ବ୍ୟବହାର କରି ଭାଙ୍ଗି ଦିଆଯାଇଥିଲା। ପରେ ଅଗଷ୍ଟ ୨୫ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଅବଧି ବୃଦ୍ଧି କରିବାକୁ ମନା କରିଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories