ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନ ବିବାଦ : ଶାନ୍ତି ଭୂଷଣଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନକୁ ନେଇ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ଦାୟର କରିଥିବା ଜନସ୍ୱାର୍ଥ ମାମଲା ଉପରେ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନ କରିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ୱତନ୍ତ୍ର ସାମ୍ବିଧାନିକ ଅଧିକାର। ଏହା ପ୍ରଧାନବିଚାରପତିଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ପ୍ରଧାନବିଚାରପତିଙ୍କ ଦ୍ୱାରା ମାମଲା ଆବଣ୍ଟନକୁ ଶାନ୍ତି ଭୂଷଣ ବିରୋଧ କରିବା ସହ କଲେଜିୟମ୍‍ ଦ୍ୱାରା ମାମଲା ଆବଣ୍ଟନ କରିବାକୁ ଦାବି କରିଛନ୍ତି। ତେବେ ଶାନ୍ତି ଭୂଷଣଙ୍କ ଏପରି ଦାବିକୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ବିରୋଧ କରିଛନ୍ତି। ବେଣୁଗୋପାଳ କହିଛନ୍ତି ଯେ ମାମଲା ଆବଣ୍ଟନ ଉପରେ ଯଦି ଅନେକ ବିଚାରପତି ନିଷ୍ପତ୍ତି ନିଅନ୍ତି ତେବେ ଏହା ଗୋଳମାଳିଆ ହେବ। ତେଣୁ ପ୍ରଧାନ ବିଚାରପତି ଏହା ଉପରେ ଏକାକୀ ନିଷ୍ପତ୍ତି ନେବା ଠିକ୍‍।

Leave A Reply