www.samajalive.in
Saturday, December 6, 2025
26.1 C
Bhubaneswar

ଶରଣାର୍ଥୀଙ୍କ ପାଇଁ ଭାରତ ‘ଧର୍ମଶାଳା’ ନୁହେଁ

ନୂଆଦିଲ୍ଲୀ : ବିଦେଶୀ ଶରଣାର୍ଥୀଙ୍କ ପାଇଁ ଭାରତ ଏକ ଧର୍ମଶାଳା ନୁହେଁ। ନିଜ ଦେଶର ୧୪୦ କୋଟି ଲୋକଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡୁଥିବାବେଳେ ବିଦେଶୀ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ ବୋଲି ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ କେ.ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। ଭାରତରେ ରହିବାକୁ ଅନୁମତି ଲୋଡିଥିବା ଜଣେ ଶ୍ରୀଲଙ୍କା ଶରଣାର୍ଥୀଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ଅବସରରେ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭାରତ ଯଦି ଅନ୍ୟ ରାଷ୍ଟ୍ରର ଶରଣାର୍ଥୀଙ୍କୁ ଆଶ୍ରୟ ଦେବ, ତାହାହେଲେ ଦେଶର ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏକଦା ଶ୍ରୀଲଙ୍କାରେ ସ୍ବତନ୍ତ୍ର ତାମିଲ ଏଲମ ରାଷ୍ଟ୍ର ଗଠନ ପାଇଁ ସଂଗ୍ରାମ ଚଳାଇଥିବା ଏଲଟିଟିଇ (ଲିବରେସନ ଟାଇର୍ଗସ ଅଫ୍‌ ତାମିଲ ଏଲାମ) ସହ ସମ୍ପର୍କ ରଖିଥିବା ଅଭିଯୋଗରେ ୨୦୧୫ରେ ଏହି ଶରଣାର୍ଥୀଙ୍କୁ ତାମିଲନାଡୁରୁ ଗିରଫ କରାଯାଇଥିଲା। ୨୦୧୮ରେ ନିମ୍ନ ଅଦାଲତ ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଥିଲେ। ତେବେ ୨୦୨୨ରେ ମାଡ୍ରାସ ହାଇକୋର୍ଟ ଏହି ଦଣ୍ଡାଦେଶ ୭ ବର୍ଷକୁ ହ୍ରାସ କରିଥିଲେ। ଏଥିସହିତ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ, ଦଣ୍ଡାଦେଶ ଶେଷ ହେବାପରେ ସଂପୃକ୍ତ ଶରଣାର୍ଥୀ ତୁରନ୍ତ ଭାରତ ଛାଡି ସ୍ବଦେଶ ଫେରିଯିବେ। ଅପରପକ୍ଷରେ ପିଟିସନକାରୀ ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ପରିବାର ଭାରତରେ ସ୍ଥାୟୀ ଭାବେ ବାସ କରୁଛନ୍ତି। ଯଦି ସେ ଶ୍ରୀଲଙ୍କା ଫେରିବେ, ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ମାନବିକତା ଦୃଷ୍ଟିରୁ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ ବୋଲି ସେ ପିଟିସନରେ ଉଲ୍ଲେଖ କରିଥିଲେ। ଜବାବରେ ଜଷ୍ଟିସ ଦତ୍ତ ପିଟିସନକାରୀଙ୍କୁ କହିଥିଲେ ଯେ ଶରଣାର୍ଥୀଭାବେ ସେ ଅନ୍ୟ କେଉଁ ରାଷ୍ଟ୍ର ଚାଲିଯିବା ଶ୍ରେୟସ୍କର। ଏଥିସହିତ ସମ୍ବିଧାନର ଧାରା ୧୯ କେବଳ ଭାରତୀୟ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ବାଂଲାଦେଶ, ମ୍ୟାଁମାର, ଶ୍ରୀଲଙ୍କା ଭଳି ପଡୋଶୀ ରାଷ୍ଟ୍ରରୁ ସହସ୍ରାଧିକ ଶରଣାର୍ଥୀ ଭାରତ ଚାଲିଆସୁଥିବାରୁ ଏହା ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଆତଙ୍କବାଦ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଗତ ଶୁକ୍ରବାର ମ୍ୟାଁମାରର ୪୩ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦେଶାଟନ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିସାରିଛନ୍ତି। ଦେଶରେ ବିଦେଶୀ ଶରଣାର୍ଥୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସୁପ୍ରିମକୋର୍ଟଙ୍କ ଏତାଦୃଶ ଆଭିମୁଖ୍ୟ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories