www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ବ ଆଇବିଡି ଦିବସ; ‘ଜିନଗତ, ପ୍ରଦୂଷିତ ପରିବେଶ ଓ ସଂକ୍ରମଣ ଦ୍ବାରା ଆଇବିଡି ହୁଏ’

ଭୁବନେଶ୍ୱର: ମଳରେ ରକ୍ତ ପଡୁଥିଲେ କିମ୍ବା ଦୀର୍ଘଦିନ ପର୍ଯ୍ୟନ୍ତ ଝାଡ଼ା ହେଉଥିଲେ ତାହାକୁ ଅବହେଳା କରନ୍ତୁ ନାହିଁ। କାରଣ ଏହାଦ୍ଵାରା ବଡ଼ ଅନ୍ତଃନଳୀରେ ପ୍ରଦାହ ଓ ମୁଖଦ୍ବାରଠାରୁ ମଳଦ୍ୱାର ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ଯାହାକୁ ଡାକ୍ତରୀ ଭାଷାରେ ଆଇବିଡି ରୋଗ କୁହାଯାଉଛି। ଶରୀରରେ ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଠିକ୍‌ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା କରାଯାଇ ପାରିଲେ ରୋଗୀ ସବୁଦିନ ସୁସ୍ଥ ରହିବାର ଲକ୍ଷ୍ୟ କରାଯାଇଛି କିନ୍ତୁ ଏହାର ଚିକିତ୍ସା ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥାଏ ବୋଲି ଆପୋଲୋ ହସ୍ପିଟାଲର ବରିଷ୍ଠ ପେଟରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀ କହିଛନ୍ତି

ମେ୧୯କୁ ବିଶ୍ବ ଆଇବିଡି ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷର ଶୀର୍ଷକ ରହିଛି ଆଇବିଡିର କୌଣସି ପରିସୀମା ନାହିଁ। ସମାଜରେ କୌଣସି ବର୍ଗର ଲୋକଙ୍କୁ ବି ହୋଇପାରେ। ଏହି ରୋଗ ବିଷୟରେ ଲୋକଙ୍କୁ ଜାଣିବାର ଆବଶ୍ୟକତା ରହିଛି। ଏହା ଉପରେ ଅଧିକ ଆଲୋଚନା କରାଯାଇ ପାରିଲେ ଲୋକ ସଚେତନ ହୋଇପାରିବେଭାରତ ତଥା ଓଡ଼ିଶାରେ କ୍ରମାଗତ ଭାବେ ଏହି ରୋଗୀଙ୍କ ସଂଖ୍ୟା ବଢୁଛି। ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଡା. ସେଠୀ ସୋମବାର ତାଙ୍କ ସାମନ୍ତବିହାରସ୍ଥିତ କ୍ଲିନିକରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେଇ ବିଶ୍ବ ଆଇବିଡି ଦିବସ ପାଳନ ସହ ସଚେତନତା କରିଥିଲେ। ଏ ନେଇ ସେ କହିଛନ୍ତି, ଆଇବିଡି ସାଧାରଣ ଭାବେ ଦୁଇ ପ୍ରକାର। ପ୍ରଥମଟି ହେଲା ଅନ୍ତନଳୀରେ ଘାହେବା। ଅନ୍ତନଳୀରେ ଘାହେଲେ ଝାଡ଼ାରେ ରକ୍ତ ପଡ଼ିଥାଏ। ଫଳସ୍ୱରୂପ ଦୀର୍ଘଦିନ ଧରି ଝାଡ଼ାବାନ୍ତି ଲାଗି ରହିଥାଏ। ଆସ୍ତେ ଆସ୍ତେ ଅନ୍ତନଳୀ ସଙ୍କୁଚିତ ହୋଇଯାଏ। ଦ୍ୱିତୀୟଟି ହେଲା କ୍ରୋହନ୍ସ। ଏହି ରୋଗ ହେଲେ ମୁଖ ଦ୍ବାରଠାରୁ ମଳଦ୍ୱାର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥାଏ। ବିଶେଷ କରି ଆଇବିଡି ରୋଗ ହେଲେ ଝାଡ଼ାରେ ରକ୍ତ ପଡ଼ିବା, ଶରୀରର ଓଜନ କମିବା, ଥକ୍କା ଲାଗିବା, କୌଣସି କାମ କରିବାକୁ ମନ ହେବନାହିଁ। ଜିନ୍ ଗତ, ପ୍ରଦୂଷିତ ପରିବେଶ ଓ ସଂକ୍ରମଣ ଦ୍ବାରା ଏହି ରୋଗ ହୋଇଥାଏ। ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଓଡ଼ିଶାରେ ଏହି ରୋଗ ଚିକିତ୍ସା ପାଇଁ ପରୀକ୍ଷାନିରୀକ୍ଷା ଓ ଉନ୍ନତ ମାନର ଚିକିତ୍ସା ସମ୍ଭବ ହୋଇପାରିଛି। ଶୀଘ୍ର ରୋଗ ଚିହ୍ନଟ କରି ଚିକିତ୍ସା ଆରମ୍ଭ କରାଯାଇ ପାରିଲେ ରୋଗୀ  ସୁସ୍ଥ ରହିପାରିବ। ବିଳମ୍ବ କଲେ କର୍କଟ ପରି ଜଟିଳ ରୋଗ ଆଡ଼କୁ ଗତି କରିପାରେ। ପୂର୍ବେ ଏହି ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ  ଖର୍ଚ୍ଚ ହେଉଥିବାବେଳେ ଏବେ ଔଷଧ ମୂଲ୍ୟ ଟିକିଏ କମିଥିବାରୁ ରୋଗୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି। ବିଶେଷକରି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଲୋକଙ୍କ ପାଖରେ ଏହି ରୋଗ ଅଧିକ ଚିହ୍ନଟ ହୋଇଛି। କାରଣ ଚିପ୍ସ, ପିଜା ଆଦି ଜଙ୍କଫୁଡ଼ ଖାଦ୍ୟ ଖାଇବା ଦ୍ବାରା ଆଇବିଡି ରୋଗ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଜଙ୍କଫୁଡ ଓ ମାଦକ ଦ୍ରବ୍ୟ ସେବନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ଏହି ଅବସରରେ ଆଇବିଡିରେ ଆକ୍ରାନ୍ତ ହୋଇ ଡା. ସେଠୀଙ୍କ ଦ୍ବାରା ଚିକିତ୍ସିତ ହେଉଥିବା କିଛି ରୋଗୀ ସେମାନଙ୍କ ଅନୁଭୂତି ଉପସ୍ଥାପନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories