www.samajalive.in
Monday, December 15, 2025
14.1 C
Bhubaneswar

ତାରିଖ ଗଡ଼ାଇଲେ ଥରକୁ ୧୦ହଜାର

ନୂଆଦିଲ୍ଲୀ : ଏକ ଜମିଜମା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦୃଷ୍ଟାନ୍ତମୂଳକ ରାୟ ଦେଇଛନ୍ତି। ଦୀର୍ଘ ଦଶନ୍ଧି ଧରି ବିଚାର ଚାଲିଥିବା ଏହି ମାମଲାରେ ନିମ୍ନ ଅଦାଲତ ବାରମ୍ବାର ତାରିଖ ଗଡ଼ାଇ ଚାଲିଥିବାରୁ ବିଚାରପତି ମଦନ ବି ଲୋକୁରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ ବିରକ୍ତି ପ୍ରକାଶ କରି କହିଛନ୍ତି ଯେ ଏଣିକି ଯେତୋଟି ତାରିଖ ଗଡ଼ିବ ସେହି ଅନୁସାରେ ଆବେଦନକାରୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଅପରପକ୍ଷ ପ୍ରଦାନ କରିବେ। ଜଣେ ୮୯ ବର୍ଷୀୟ ମହିଳାଙ୍କ ଆବେଦନକ୍ରମେ
ସୁପ୍ରିମକୋର୍ଟ ସ୍ୱାଧୀନତା ପୂର୍ବ ସମୟର ଜମିଜମା ନଥି ଥିବା ମାମଲାର ଶୁଣାଣି କରୁଛନ୍ତି। ବିଚାରପତି ଏହି ମାମଲାରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଜଣେ ନିରାଶ୍ରୟ ମହିଳାଙ୍କ ମାମଲାରେ ପ୍ରତିପକ୍ଷଙ୍କ ଆବେଦନକ୍ରମେ ନିମ୍ନ ଅଦାଲତ ଅକୁଣ୍ଠିତ ଭାବେ ଦଶ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବିଚାର ସ୍ଥଗିତ ରଖିବା ସହ ତାରିଖ ଗଡ଼ାଇ ଚାଲିଛନ୍ତି। ଆବେଦନକାରୀ ସୁରିନ୍ଦର କାଉରଙ୍କୁ ଏବେ ୮୯ବର୍ଷ। ସେ ମେରୁଦଣ୍ଡ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଦର୍ଶାଇଛନ୍ତି। ଏଭଳି ପରିସ୍ଥିତିରେ ନିମ୍ନ ଅଦାଲତ ଏତେ ପରିମାଣରେ ମାମଲାର ଶୁଣାଣି ସ୍ଥଗିତ ରଖିବା ଆଶ୍ଚର୍ଯ୍ୟର ବିଷୟ। ୨୦୧୫ରେ ହାଇକୋର୍ଟ ଶୁଣାଣିକୁ ତ୍ୱରାନ୍ୱିତ କରିବା ପାଇଁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ଅଦାଲତ ଏହାକୁ ଖାତିର ନ କରିବା ଆହୁରି ଆଶ୍ଚର୍ଯ୍ୟର ବିଷୟ। ଏମିତି ଚାଲିଲେ ସମ୍ପୃକ୍ତ ମହିଳା ସୁରିନ୍ଦର କାଉର ଜୀବଦ୍ଦଶାରେ ନ୍ୟାୟ ପାଇବେ କି ନା ସନ୍ଦେହ। ଏହି ପରିପ୍ରେକ୍ଷୀରେ ଯଥା ସମ୍ଭବ ଶୀଘ୍ର ମାମଲାର ବିଚାର ଶେଷ କରିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଯେଉଁ ପକ୍ଷ ମାମଲାର ତାରିଖ ଗଡ଼ାଇବାକୁ ଆବେଦନ କରିବେ ସେ ଏହି ଟଙ୍କା ଦେବେ ବୋଲି ପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଟିଆଲା ଓ ଅମୃତସରରେ ଥିବା ବଡ଼ ଜମି ଉପରେ ଅଧିକାରକୁ ନେଇ ଦୀର୍ଘ ବର୍ଷ ଧରି ମାମଲା ବିଚାର ଚାଲିଛି। ଏହି ଜମିର ମୂଳ ମାଲିକ ପାକିସ୍ତାନରେ ଥିବାବେଳେ ସେମାନଙ୍କର କିଛି ଜମି ଏଠାରେ ରହିଛି। ଦେଶ ବିଭାଜନ ପରେ ଏହାର ମାଲିକାନାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଛିଣ୍ଡୁ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories