www.samajalive.in
Sunday, December 14, 2025
14.1 C
Bhubaneswar

ଗୁଳିକାଣ୍ଡରେ ଔଷଧ ଦୋକାନୀ ଗୁରୁତର

ରଘୁନାଥପୁର  : ଆସନ୍ତାକାଲି ଇଦ ପାଳନ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଚୂଡ଼ାନ୍ତ ପ୍ରସ୍ତୁତି କରୁଥିବା ବେଳେ ଶୁକ୍ରବାର ରାତି ୮.୪୫ରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ଜଣେ ଔଷଧ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ତାଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ କୃଷ୍ଣାନନ୍ଦପୁର ଫାଣ୍ଡି ଅର୍ନ୍ତଗତ ଆଖୁନ ମହଲା ବଜାର ଛକ ନିକଟରେ ସେହି ଗ୍ରାମର ସେଖ୍‍ ୟୁସୁଫ୍‍ ଅଲ୍ଲିଙ୍କ ପୁଅ ଆଖ୍‍ ଅବୁ ସୋଫିଆନ୍‍ (୪୫) ଶିଫା ମେଡିକାଲ ଷ୍ଟୋର ରହିଛି। ସେଖ୍‍ ଆବୁ ସୋଫିଆନ ଦୋକାନ୍‍ ଷ୍ଟୋର ପାଖରେ ଥିବା ସହଜ ଜନସେବା କେନ୍ଦ୍ରରେ କମ୍ପ୍ୟୁଟର ମାଧ୍ୟମରେ ଋଣ ଦେଣ ନେଣ କରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେକୁ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପେଟରେ ବାଜିଥିଲା। ଖବରପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ସୁଶୀଲ କୁମାର ବିଶ୍ୱାଳ ଓ କନେଷ୍ଟବଳ ବିଜୟ କୁମାର ପାଲାଉର୍‍ ସୋଫିଆନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହି ଗୁଳିକାଣ୍ଡ ସମୟରେ କୃଷ୍ଣାନନ୍ଦପୁର ଓ ଆଖୁନ ମହଲା ବଜାରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଏହାସତ୍ତ୍ବେ ଗୁଳିକାଣ୍ଡ ଘଟାଇ ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତ ଫେରାର ହୋଇଯାଇଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories