www.samajalive.in
Monday, December 15, 2025
14.1 C
Bhubaneswar

୧୭ରେ ନିର୍ଭୟା ଦୋଷୀର ସମୀକ୍ଷା ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ୧୭ ତାରିଖରେ ଶୁଣାଣି କରିବେ। କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୧୭ ତାରିଖ ଅପରାହ୍ନ ୨ଟାରେ ଅକ୍ଷୟଙ୍କ ଆବେଦନର ଶୁଣାଣି କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ପଟିଆଲା କୋର୍ଟ ମାମଲାର ସମସ୍ତ ପକ୍ଷଙ୍କୁ ଶୁକ୍ରବାର ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ଠିକ୍‌ ୧୦ଟାରେ ସବୁ ପକ୍ଷ କୋର୍ଟ ରୁମରେ ହାଜର ହେବାକୁ କୁହାଯାଇଛି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଦୋଷୀମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହେବେ।

ତିହାର ଜେଲ ମହାନିର୍ଦେଶକ କହିଛନ୍ତି ଯେ, ଜେଲ କର୍ତ୍ତୃପକ୍ଷ ପଟିଆଲା କୋର୍ଟରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବେ। ଏଥିରେ ରାଜକ୍ଷମା ପାଇଁ ଆବେଦନ କରିଥିବା ଦୋଷୀ ବିନୟ ଏବଂ ଅକ୍ଷୟଙ୍କୁ ବାଦ୍‌ ଦିଆଯିବ। ଅନ୍ୟ ଦୋଷୀମାନେ ବର୍ତ୍ତମାନ ସୁଦ୍ଧା ରାଜକ୍ଷମା ଆବେଦନ କରିନାହାନ୍ତି। ବିନୟଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ରହିଛି।

- Advertisement -

ସୂଚନାଯୋଗ୍ୟ, ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାଙ୍କୁ ଥଇଥାନ କେନ୍ଦ୍ରରେ ରଖାଯାଇଛି। ଅନ୍ୟତମ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସେମାନେ ହେଲେ ପୱନ ଗୁପ୍ତା, ଅକ୍ଷୟ କୁମାର ସିଂହ, ବିନୟ ଶର୍ମା, ମୁକେଶ ସିଂହ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories