www.samajalive.in
Monday, December 15, 2025
14.1 C
Bhubaneswar

କାର କିଣିବାକୁ ଇଚ୍ଛା ଅଛିକି? ୧.୫୦ ଲକ୍ଷରୁ ୨.୫୦ ଲକ୍ଷରେ ମିଳୁଛି ମାରୁତିର ଏହି କାର

ନୂଆଦିଲ୍ଲୀ: ଅଟୋମୋବାଇଲ ସେକ୍ଟରରେ ମନ୍ଦାବସ୍ଥା ଖବର ମଧ୍ୟରେ ବର୍ତ୍ତମାନ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ।ଯଦି ଆପଣ କାର କିଣିବାକୁ ଇଚ୍ଛୁକ କିନ୍ତୁ ଆପଣଙ୍କ ପାଖରେ ବଜେଟ କମଥିବାରୁ କାର କିଣି ପାରୁନାହାନ୍ତି। ତେବେ ଆଉ ଚିନ୍ତାକରନ୍ତୁନି କାରଣ ମାରୁତି ତାର ସେକେଣ୍ଡ ହ୍ୟାଣ୍ଡ କାରକୁ ମାରୁତି‘ଟ୍ରୁ ଭ୍ୟାଲୁ ବ୍ରାଣ୍ଡ’ଜରିଆରେ ବଜାରକୁ ଛାଡିଛି। କାରଣ ଭାରତରେ ସେକେଣ୍ଡ ହ୍ୟାଣ୍ଡ କାର ବଜାର ବହୁତ ଭଲ ଚାଲିଛି। ଅନେକ ଲୋକ ସେକେଣ୍ଡ ହ୍ୟାଣ୍ଡ ବଜାରରୁ କାର କିଣୁଥିବା ଦେଖାଯାଇଛି। ମାରୁତିର‘ ଟ୍ରୁ ଭ୍ୟାଲୁ ବ୍ରାଣ୍ଡ’ ମାଧ୍ୟମରେ ବିକ୍ରି କରୁଥିବା ସମସ୍ତ ଗାଡି ସଠିକ ପ୍ରମାଣପତ୍ର ଯୁକ୍ତଅଟେ। ଏହି ଗାଡି ସହ ଏକ ବର୍ଷର ୱାରେଣ୍ଟି ସହ ୩ ଟି ସର୍ଭିସିଂ ମିଳିବ। କେବଳ ଏତିକି ନୁହେଁ କାର କିଣୁଥିବା ଲୋକ କାରର ଯାଞ୍ଚ କରିପାରିବେ। ଯେପରି କାର ପ୍ରଥମେ କିଏ କିଣିଥିଲେ ଏବଂ କେତେ କିଲୋମିଟର ଚାଲିଛି।

୨.୫୦ ଲକ୍ଷରେ ମିଳୁଛି ମାରୁତି ସ୍ବିଫ୍ଟ
କାର ନିର୍ମାଣକାରୀ କମ୍ପାନି ମାରୁତି ସୁଜୁକି ତାର ପୁରୁଣା କାରକୁ ବଜାରକୁ ଛାଡୁଛି। ମାରୁତିର ଟ୍ରୁ ଭ୍ୟାଲୁ ବ୍ରାଣ୍ଡ ଅନୁସାରେ କମ୍ପାନି ପାଖରେ ବର୍ତ୍ତମାନ ୯୩ ୟୁନିଟ ସେକେଣ୍ଡ ହ୍ୟାଣ୍ଡ ମାରୁତି ସ୍ବିଫ୍ଟ କାର ରହିଛି। ଯାହାର ଦର ୨.୫୦ଆରମ୍ଭ ହୋଇଥିବା ଜଣାପଡିଛି।ମାରୁତି ସିଲେରିଓ ୨.୩୦ଲକ୍ଷ
ମାରୁତି ସୁଜୁକି କମ୍ପାନିର ମାରୁତି ସିଲେରିଓର ଦାମ ୨.୩୦ ଲକ୍ଷ ରହିଛି। ଏହି କାରର ୬୧ ୟୁନିଟ କମ୍ପାନୀ ପାଖରେ ଉପଲବ୍ଧ ରହିଛି।୧ ଲକ୍ଷ ୭୫ ହଜାରରେ ମିଳୁଛି ୱାଗନର
ମାରୁତି ସୁଜିକିର ୱାଗନର-ଆର କାର ୧ଲକ୍ଷ ୭୫ ହଜାରରେ ମିଳୁଥିବା ଜଣାପଡିଛି। ଏହି କାରର ଆଉ ୧୪୭ ୟୁନିଟ କମ୍ପାନି ପାଖରେ ଉପଲବ୍ଧ ରହିଛି। ୧ ଲକ୍ଷ ୫୦ ହଜାରରେ ମିଳୁଛି ଅଲ୍ଟୋ କାର
ମାରୁତି ସୁଜୁକି କମ୍ପାନିର ଅଲ୍ଟୋ କାର ଏକ ଲକ୍ଷ ୫୦ ହଜାରରେ ଉପଲବ୍ଧ ଥିବା ଜଣାପଡିଛି। କମ୍ପାନିର ସୂଚନା ଅନୁସାରେ କମ୍ପାନି ପାଖରେ ଆଉ ୧୩୪ ୟୁନିଟ ଅଲ୍ଟୋ କାର ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories