www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା; ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି। ଫଳରେ ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ବାଚସ୍ପତିଙ୍କ କ୍ଷମତାରେ ହାଇକୋର୍ଟ ହସ୍ତକ୍ଷେପ କରିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସି.ପି. ଯୋଶୀ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରିଥିଲେ। ଗୁରୁବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଦେବାକୁ ମନା କରିଥିଲେ। ହାଇକୋର୍ଟ ଆସନ୍ତା ୨୪ ତାରିଖ ଯାଏ ବାଚସ୍ପତିଙ୍କୁ ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦେଶ ଦେଇଛନ୍ତି। ଏହାକୁ ରଦ୍ଦ କରିବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ଏହା ଉପରେ ସ୍ଥଗିତାଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଆସନ୍ତା ସୋମବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ବାଚସ୍ପତିଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ କପିଲ ଶିବଲ ଏବଂ ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ ହରିଶ ସାଲ୍‌ଭେ ମାମଲା ଲଢୁଥିଲେ। ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ବିଧାୟକମାନଙ୍କୁ କେଉଁ ଆଧାରରେ ନୋଟିସ ଦିଆଯାଇଛି। ଜବାବରେ ଶିବଲ କହିଥିଲେ ପାଇଲଟ୍‌ ଗୋଷ୍ଠୀର ବିଧାୟକମାନେ ଦଳ ବିରୋଧୀ କାର୍ଯ୍ୟରେ ସାମିଲ ଥିବାରୁ ନୋଟିସ ପଠାଯାଇଥିଲା। ଏହା ପରେ କୋର୍ଟ କହିଥିଲେ, ଜନତା ଜନପ୍ରତିନିଧିଙ୍କୁ ଚୟନ କରିଛନ୍ତି, ଯଦି ସେମାନଙ୍କର କିଛି ଅସନ୍ତୋଷ ରହିଛି ତେବେ ତାହା ଶୁଣାଯିବା ଉଚିତ। ଏହା ଉପରେ ଶିବଲ କହିଥିଲେ ବାଚସ୍ପତିଙ୍କ ନିକଟରେ ସାମ୍ବିଧାନିକ ଅଧିକାର ରହିଛି, ସେ ବିଧାୟକମାନଙ୍କୁ ନୋଟିସ ପଠାଇ ପାରିବେ। ଏହା ପରେ କୋର୍ଟ କହିଥିଲେ ଏହି ମାମଲାର ବିସ୍ତୃତ ଶୁଣାଣି ଆବଶ୍ୟକ। ଏଥିରେ ତରବରିଆ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ। ବିଦ୍ରୋହୀ ଗୋଷ୍ଠୀଙ୍କ ଓକିଲ ହରିଶ ସାଲ୍‌ଭେ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‌ ଲଗାଯିବା ଉଚିତ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ। ମାତ୍ର ଶିବ୍ବଲ ରାଜସ୍ଥାନ ହାଇକୋର୍ଟଙ୍କ କାର୍ଯ୍ୟଧାରା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories