www.samajalive.in
Sunday, December 7, 2025
13.1 C
Bhubaneswar

ଗୁରୁଦିବସ ଅବସରରେ ରିଲିଜ୍‍ ହେଲା ‘ସୁପର୍‍ ୩୦’ ର ପ୍ରଥମ ପୋଷ୍ଟର୍‍

ମୁମ୍ବଇ : ବଲିଉଡ଼୍‍ ଅଭିନେତା ହ୍ରିତିକ୍‍ ରୋଶନ୍‍ଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର୍‍ ୩୦’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରକୁ ନେଇ ହ୍ରିତିକ୍‍ଙ୍କର ଖୁବ୍‍ ଆଶା ମଧ୍ୟ ରହିଛି। ସେହିପରି ତାଙ୍କ ପ୍ରଶଂସକମାନେ ‘ସୁପର୍‍ ୩୦’ କୁ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି। କିଛିମାସ ପୂର୍ବେ ଚଳଚ୍ଚିତ୍ରରେ ହ୍ରିତିକ୍‍ଙ୍କ ରୂପ ଓ ବେଶଭୂଷାର ଚର୍ଚ୍ଚା ହୋଇଥିଲା। ଯେଉଁଥିରେ କି ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଥିଲେ। ତେବେ ଗୁରୁଦିବସ ଅବସରରେ ‘ସୁପର୍‍ ୩୦’ ର ପ୍ରଥମ ପୋଷ୍ଟର୍‍ ରିଲିଜ୍‍ କରାଯାଇଛି।
ଏହାର ଗୋଟିଏ ନୁହେଁ ବରଂ ତିନୋଟି ପୋଷ୍ଟର୍‍ ରିଲିଜ୍‍ କରାଯାଇଛି। ଏହି ପୋଷ୍ଟର୍‍କୁ ଅନୁରାଗ କଷ୍ୟପ୍‍ଙ୍କ ପ୍ରଡ଼କ୍ସନ୍‍ କମ୍ପାନୀ ଫେଣ୍ଟମ୍‍ ଫିଲ୍ମସ୍‍ ନିଜ ଅଫିସିଆଲ୍‍ ଟ୍ୱିଟର୍‍ ଆକାଉଣ୍ଟ୍‍ରେ ସେୟାର୍‍ କରିଛନ୍ତି। ହ୍ରିତିକ୍‍ଙ୍କ ପ୍ରଶଂସକ ‘ସୁପର୍‍ ୩୦’ ର ପୋଷ୍ଟର୍‍କୁ ଖୁବ୍‍ ପସନ୍ଦ କରିଥିବା ଜଣାପଡ଼ିଛି।
ଏହି ଚଳଚ୍ଚିତ୍ର ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ। ଏହା ଆସନ୍ତା ବର୍ଷ ୨୫ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories