www.samajalive.in
Monday, December 15, 2025
15.1 C
Bhubaneswar

ବିହାର କନିଷ୍ଠ ଯନ୍ତ୍ରୀ ପରୀକ୍ଷାରେ ‘ସନି ଲିଓନି’ ଟପ୍ପର

ବିହାର: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଭଳି କିଛି ଘଟିଛି ବିହାରରେ। ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ପଦବୀ ନିମନ୍ତେ ନିକଟରେ ବିହାରରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ଫଳାଫଳ ବାହାରିବା ପରେ ସେଥିରେ ବଲିଉଡ୍‌ ଅଭିନେତ୍ରୀ ସନି ଲିଓନିଙ୍କ ନାମ ଶ୍ରେଷ୍ଠରେ ରହିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିହାର ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ଏଭଳି କେହି ପରୀକ୍ଷାର୍ଥୀ ରହିଛନ୍ତି କି ନାହିଁ ତାହାର ସତ୍ୟତା ଜାଣିବା ଲାଗି ତଦନ୍ତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ବିନୋଦ ନାରାୟଣ ଝା ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ପରୀକ୍ଷା ଫଳାଫଳ ବାହାରିବା ପରେ ବିଭାଗ ପକ୍ଷରୁ ଏକ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ସେଥିରେ ଶୀର୍ଷରେ ସନି ଲିଓନିଙ୍କ ନାମ ରହିଛି। ସେ ୧୦୦ରୁ ୯୮.୫ ପଏଣ୍ଟ ରଖିଥିବା ଦର୍ଶାଯାଇଛି। ତାଙ୍କ ପିତାଙ୍କ ନାମ ‘ଲିଓନା ଲିଓନି’ ବୋଲି ଉଲ୍ଲେଖ ରହିଛି। ତାଙ୍କ ଆବେଦନପତ୍ରର ଆଇଡି ରହିଛି ‘JEC/0031211’।

- Advertisement -

ଏହି ଗୋଟିଏ ପ୍ରାର୍ଥୀ ନୁହନ୍ତି, ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ନାମ ରହିଛି ‘bvcxzbnnb’, ଯିଏକି ଟପ୍ପର ଲିଷ୍ଟର ୩ୟ ସ୍ଥାନରେ ରହିଛନ୍ତି। ଏହି ପ୍ରାର୍ଥୀଙ୍କ ପିତାଙ୍କ ନାମ ‘mggvghhnnnn’ ବୋଲି ଉଲ୍ଲେଖ ରହିଛି।

ବିଭାଗ ପକ୍ଷରୁ ଏଭଳି ମେରିଟ ତାଲିକା ପ୍ରକାଶ ପାଇବା ପରେ ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ଟୁଇଟ କରି କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି ଯେ ମୁ ପରୀକ୍ଷାରେ ଏକ ନମ୍ବର ସ୍ଥାନରେ ରହିପାରିଛି।

ଅନ୍ୟପଟେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାର୍ଥୀମାନଙ୍କ ଦ୍ବାରା ଅନଲାଇନରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ ନେଇ କମ୍ପୁଟର ଦ୍ବାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି। ପରୀକ୍ଷାର୍ଥୀମାନେ ଦାଖଲ କରିଥିବା କାଗଜପତ୍ର ଏବଂ ସାକ୍ଷାତକାରକୁ ଆଧାର କରି ଏକ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories