www.samajalive.in
Sunday, December 14, 2025
19.1 C
Bhubaneswar

ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା ; ସମସ୍ତ ପ୍ରସ୍ତୁତି ଚୁଡାନ୍ତ

-ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ମନା, -ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ, -ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ଯିବ ପ୍ରଶ୍ନପତ୍ର

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଚଳିତବର୍ଷ ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨, ୬୯୯ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପରୀକ୍ଷାରେ କପି ରୋକିବା ଓ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ବୋର୍ଡ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୯ଟା ପରିବର୍ତ୍ତେ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ।

ଚଳିତବର୍ଷ ପ୍ରଥମ ଥର ପାଇଁ କେ​‌ତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ସେମାନେ ନିଜ ମୋବାଇଲ ସୁଇଚ ଅଫ୍ କରି ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରିବେ। କୌଣସି ସ୍କ୍ୱାଡ୍, ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ନିଜ ଅଫିସ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ।

- Advertisement -

ପରୀକ୍ଷା ଦିନ ସକାଳୁ କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚାଯିବ । ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ। ନୋଡାଲ ସେଣ୍ଟରରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ଲାଗି ୭୦୧ଟି ଟିମ ଗଠନ ହୋଇଛି । ସୁପରିଣ୍ଟେଣ୍ଡେଣ୍ଟ ପ୍ରଶ୍ନପତ୍ରକୁ ଗ୍ରହଣ କରି ଷ୍ଟ୍ରଙ୍ଗ ରୁମ୍ରେ ରଖିବେ। ସକାଳ ୮.୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ପ୍ରଥମ ସ୍ତର ସିଲ୍ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ଅବଜରଭରଙ୍କ ଉପସ୍ଥିତିରେ ଖୋଲାଯିବ। ପ୍ରଶ୍ନପତ୍ର ପ୍ୟାକେଟ ଗୁଡିକୁ ହଲ୍ ଦାୟିତ୍ୱରେ ଥିବା ଇନଭିଜିଲେଟରଙ୍କୁ ହସ୍ତାନ୍ତର କରାଯିବ। ପରୀକ୍ଷା କେନ୍ଦ୍ର ମଧ୍ୟରେ ୨ଜଣ ଇନଭିଜିଲେଟର ଓ ୨ ଜଣ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ କାଗଜ ପ୍ୟାକେଟର ସିଲ ଖୋଲାଯାଇ ପ୍ରଶ୍ନପତ୍ର ବଣ୍ଟାଯିବ। ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ୩୦୪ ଟି ନୋଡାଲ ସେଣ୍ଟର ମଧ୍ୟ ହୋଇଛି । ପ୍ରଶ୍ନପତ୍ରଗୁଡ଼ିକ ପରିବହନ ପାଇଁ ୬୯୩ଟି ଡେସପାଚ୍ ଟିମ୍ ମଧ୍ୟ ଗଠନ ହୋଇଛି। ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଅନୁଷ୍ଠିତ ହେଉଛି।

ପରୀକ୍ଷା ପରିଚାଳନା ପାଇଁ ୫୮ଟି ଫ୍ଲାଇଁ ସ୍କ୍ବାଡ୍‌ , ୪୪ଟି ସ୍ବତନ୍ତ୍ର ସ୍କାଡ ଏବଂ ୬ଟି ଜୋନାଲ ସ୍କ୍ବାଡ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ଗୁଜବ ରୋକିବା ଲାଗି ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି।  ସେହିପରି ପରୀକ୍ଷା କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories