www.samajalive.in
Tuesday, December 9, 2025
17.1 C
Bhubaneswar

କୋଲକାତାର ଏକ କଲେଜର ମେରିଟ୍‍ ଲିଷ୍ଟରେ ସନୀ ଲିଓନୀଙ୍କ ନାଁ ଶୀର୍ଷରେ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସନୀ ଲିଓନୀ ପ୍ରାୟ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାଆନ୍ତି। ସନୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। କୋଲକାତାର ଏକ କଲେଜର ଅନ୍‍ଲାଇନ୍‍ ପ୍ରବେଶିକା ପରୀକ୍ଷାର ପ୍ରଥମ ମେରିଟ୍‍ ଲିଷ୍ଟ ବାହାରିଛି, ଯେଉଁଥିରେ ସନୀ ଲିଓନୀଙ୍କ ନାଁ ଶୀର୍ଷରେ ରହିଛି।

ସୂଚନା ମୁତାବକ, କୋଲକାତାର ଆଶୁତୋଷ କଲେଜର ସ୍ନାତକ(ବିଏ) ପ୍ରବେଶିକା ପରୀକ୍ଷାର ପ୍ରଥମ ମେରିଟ୍‍ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି। ଏଥିରେ ସନୀ ଲିଓନୀଙ୍କ ନାମ ଶୀର୍ଷରେ ରହିଛି। ତାଲିକାରେ ନାଁ ସହିତ ଆବେଦନ ଆଇଡି, ରୋଲ ନମ୍ବର, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ଚାରୋଟି ବିଷୟଗୁଡ଼ିକରେ ମିଳିଥିବା ନମ୍ବର ମଧ୍ୟ ଦିଆଯାଇଥିଲା । ଏହାକୁ ନେଇ ବିବାଦ ବଢିବା ପରେ କଲେଜର ଜଣେ ଅଧିକାରୀ କହିଛନ୍ତି ଯେ, “କେହି ଜଣେ ଜାଣିଶୁଣି ଏପରି ବଦମାସୀ କରିଛି। ସୁଚିନ୍ତିତ ଭାବେ କେହି ଜଣେ ସନୀ ଲିଓନୀଙ୍କ ନାମରେ ଏକ ଭୁଲ ଆବେଦନ ଦାଖଲ କରିଛି। ଏହାକୁ ସଂଶୋଧନ କରିବାକୁ ଆମେ ଆଡମିଶନ ବିଭାଗକୁ କହିଛୁ। ଆମେ ମଧ୍ୟ ଏହି ଘଟଣାର ଯାଞ୍ଚ କରିବୁ”। ଅପରପକ୍ଷରେ, ଏହି ଘଟଣା ପରେ କଲେଜର ପ୍ରବେଶ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories