www.samajalive.in
Sunday, December 14, 2025
17.1 C
Bhubaneswar

ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ଗୁରୁତ୍ବପୂର୍ଣ୍ଣ ରାୟ: ଭିନ୍ନ ଭିନ୍ନ ମାମଲାରେ ଦୁଷ୍କର୍ମକାରୀଙ୍କୁ ୨୦ ଓ ୨୫ବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ପାର୍ଥସାରଥୀ ପଟ୍ଟନାୟକ ୨୦୧୪ ଓ ୨୦୧୫ରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ ଓ ୨୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ଜରିମାନାର ଆଦେଶ ଦେଇଥିବା ଜଣାପଡ଼ିଛି । ମକୋଦ୍ଦମାର ବିବରଣୀରୁ ପ୍ରକାଶ, ୨୮.୮.୨୦୧୪ ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳର କାହ୍ନୁ ବିନ୍ଧାଣୀ ନାମକ ବ୍ୟକ୍ତି ଘର ସାମ୍ନାରେ ରହୁଥିବା ଜୈନିକା ନାବାଳିକାକୁ ଦୁଷ୍କର୍ମ କରି ଏ କଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ପରେ ପୀଡ଼ିତା ନାବାଳିକାର ପରିବାର ପକ୍ଷରୁ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ କାହ୍ନୁକୁ କୋର୍ଟ ଚାଲାଣ କରିଥିଲେ । ପୀଡ଼ିତାର ବୟାନ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଶ୍ରୀ ପଟ୍ଟନାୟକ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ୧୦ହଜାର ଟଙ୍କା ତଣ୍ଡ ଦେବାକୁ ନିଜ ରାୟରେ ସ୍ପଷ୍ଟ କରିବା ସହ ତଣ୍ଡ ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ରାୟ ଶୁଣାଇଥିଲେ । ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବା ପାଇଁ ମଧ୍ୟ ଅଦାଲତ ନିର୍ଦେଶ ଦେଇଛନ୍ତି । ସେହିପରି ୨୦୧୫ ମସିହାରେ ରାଉରକେଲା ରଘୁନାଥପାଲୀ ଥାନା ଅନ୍ତର୍ଗତ ଗୋଡ଼ିଆଟଲିରେ ଜୈନିକା ନାବାଳିକା ନିଜ ବନ୍ଧୁଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେହି ଅଞ୍ଚଳର ଶିବୁ କୁମାର ଓରାମ, ଅଜିତ କୁମାର ପଣ୍ଡା, ଗଣେଷ ସା​‌ଣ୍ଡିଲ ସେଠାରେ ପହଞ୍ଚି ଏ ନିଚ୍ଛାଟିଆ ସ୍ଥାନରେ କାହିଁକି ବସିଛ ବୋଲି କହି ନାବାଳିକାଙ୍କ ବନ୍ଧୁଙ୍କୁ ବାଡ଼ିଆପିଟା କରିବା ସହ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏ ସଂପର୍କରେ ନାବାଳିକାଙ୍କ ବନ୍ଧୁ ଫୋନ ଯୋଗେ ନିଜ ସାଙ୍ଗ ମାନଙ୍କୁ ଡାକିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ଶିବୁ ଓରାମଙ୍କୁ କାବୁ କରି ପୁଲିସର ଜିମା ଦେବାରୁ ଶିବୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସଂପର୍କରେ ପୁଲିସକୁ ସୂଚନା ଦେବା ସହ ନିଜ ଦୋଷ ସ୍ବୀକାର କରିଥିଲେ ।

 

- Advertisement -

ରଘୁନାଥପାଲି ପୁଲିସ ମାମଲା ରୁଜୁ କରି ୩ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଭିଯୋଗପତ୍ର ଅଦାଲତରେ ଦାଖଲ କରିଥିଲା । ଗତ ୧.୧୦.୨୦୨୧ ଦିନ ଏହି ମାମଲାର ଉତ୍ତରପ୍ରତିତ୍ତ୍ୟୁର(ଯୁକ୍ତିତର୍କ) ଅଦାଲତ ଶୁଣିବା ପରେ ୩ଅଭିଯୁକ୍ତଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟକଙ୍କୁ ୧୦ହଜାର ଟଙ୍କା ଲେଖାଏ ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରି ତଣ୍ଡ ଅନାଦେୟ ଅଧିକ ୧ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି । ସଂଗୃହିତ ତଣ୍ଡରାଶି ପୀଡ଼ିତାଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ଅଦାଲତ କହିବା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଉଭୟ ମାମଲାକୁ ସୁନ୍ଦରଗଡ଼ର ସ୍ବତନ୍ତ୍ର ସାଧାରଣ ଅଭିଯୋଜକ ଦେବାଶିଷ ମିଶ୍ର ପରିଚାଳନା କରୁଥିଲେ । ଏ ଘଟଣାଟି ସେତେବେଳେ ସମଗ୍ର ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତତ୍କାଳୀନ ଡି.ଏସ.ପି ତୁଷାର କୁମାର ଜେନା ଘଟଣାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories