www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ କାଶ୍ମୀରରେ ଏକାଧିକ ଆକ୍ରମଣ; କାଶ୍ମୀର ପଣ୍ଡିତଙ୍କ ସମେତ ୩ ମୃତ

ଶ୍ରୀନଗର: ଆତଙ୍କବାଦୀମାନେ ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଆକ୍ରମଣ କରିବା ଫଳରେ ଜଣେ କାଶ୍ମୀର ପଣ୍ଡିତ ବ୍ୟବସାୟୀଙ୍କ ସମେତ ତିନି ଜଣଙ୍କର ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ବିଶିଷ୍ଟ କାଶ୍ମୀରୀ ପଣ୍ଡିତ ବ୍ୟବସାୟୀ ମାଖନ ଲାଲ ବିନ୍ଦ୍ରୁ ରହିଛନ୍ତି । ଶ୍ରୀନଗରସ୍ଥିତ ଇକବାଲ ପାର୍କଠାରେ ଥିବା ତାଙ୍କ ଔଷଧ ଦୋକାନ ମଧ୍ୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିବା କାଶ୍ମୀର ପୁଲିସ ଜୋନ୍‌ ପକ୍ଷରୁ କୁହାଯାଇଛି । ଆକ୍ରମଣ ଘଟଣା ଘଟିବା ପରେ ପୁଲିସ ଉକ୍ତ ଅଞ୍ଚଳକୁ ଘେରାଉ କରିନେଇ ତଲାସୀ ଅଭିଯାନ ଆରମ୍ଭ କରିଛି ।
ପୁଲିସ ପକ୍ଷରୁ କୁହାଯାଇଛି ଯେ ୬୮ ବର୍ଷ ବୟସ୍କ ବ୍ୟବସାୟୀଙ୍କୁ ଆତଙ୍କିମାନେ ଅତି ନିକଟରୁ ଗୁଳି ଚଳାଇ ହତ୍ୟା କରିଥିଲେ । ତାଙ୍କୁ ହାସପାତାଳକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ଯେ ୧୯୯୦ ଦଶକରେ ଉପତ୍ୟକାରେ ଆତଙ୍କବାଦ ମୁଣ୍ଡ ଟେକିବା ପରେ କାଶ୍ମୀର ବାହାରକୁ ପଳାଇ ଯାଇନଥିବା କିଛି କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ବିନ୍ଦୁ୍ର ଅନ୍ୟତମ ଥିଲେ । ବିନ୍ଦୁ୍ରଙ୍କୁ ହତ୍ୟା କରାଯିବା ଘଟଣାରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଦୟାଶୀଳ ବ୍ୟକ୍ତି ଥିବା ଓମାର କହିଛନ୍ତି । ଏଥିସହିତ ସେ ଏଭଳି ଆକ୍ରମଣ ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଅନ୍ୟଏକ ଘଟଣାରେ ଆତଙ୍କିମାନେ ଶ୍ରୀନଗର ସହର ବାହାରେ ମଦିନ ସାହିବ ଅଞ୍ଚଳରେ ଜଣେ ରାସ୍ତାକଡ ବୁଲା ବିକାଳିକୁ ଗୁଳିକରି ହତ୍ୟା କରିଛନ୍ତି । ମୃତକଙ୍କ ନାମ ବିରେନ୍ଦ୍ର ପାଶୱାନ ଏବଂ ତାଙ୍କ ଘର ବିହାରର ଭାଗଲପୁର ବୋଲି ଜଣାଯାଇଛି । ସେଠାରେ ମଧ୍ୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୃତୀୟ ଘଟଣାରେ ଆତଙ୍କିମାନେ ବନ୍ଦିପୋରାରେ ଆକ୍ରମଣ କରି ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ତାଙ୍କ ନାମ ମହମ୍ମଦ ଶାଫି ଲୋନ୍‌ ଏବଂ ସେ ନେଦଖାଇ ଅଞ୍ଚଳର ବାସିନ୍ଦା ବୋଲି ଜଣାଯାଇଛି ।
ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏଭଳି ଆତଙ୍କି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି । ଆତଙ୍କିମାନେ ଯେଉଁଭଳି ଭାବରେ ସାଧାରଣ ନାଗରିକଙ୍କୁ ସେମାନଙ୍କର ଲକ୍ଷ୍ୟ ବନାଉଛନ୍ତି ତାହା ଚିନ୍ତାଜନକ ବୋଲି ଶ୍ରୀ ସିହ୍ନା କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଆତଙ୍କିମାନେ ସେମାନଙ୍କର ହୀନ ଉଦ୍ଦେଶ୍ୟରେ କେବେହେଲେ ସଫଳ ହେବେନାହିଁ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories