www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍ତର ପଶ୍ଚିମରୁ ଫେରିଲା ମୌସୁମୀ

ନୂଆଦିଲ୍ଲୀ: ଦେଶର ଉତ୍ତର ପଶ୍ଚିମ ଭାଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏକ ବିବୃତିରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମସ୍ତ ପରିସ୍ଥିତି ଅନୁକୂଳ ରହିଥିବାରୁ ଏହାର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ସାଧାରଣତଃ ଉତ୍ତର ପଶ୍ଚିମ ଭାଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ଏହା ବିଳମ୍ବରେ ଫେରିବା ଆରମ୍ଭ ହୋଇଛି । ପୂର୍ବରୁ ୧୯୬୦, ୨୦୧୯ରେ ମଧ୍ୟ ଉତ୍ତର ପଶ୍ଚିମ ଭାଗରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଥିଲା । ପ୍ରକାଶ ଯେ ଜୁଲାଇ ୧୩ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମୁଦାୟ ଦେଶକୁ ପରିବ୍ୟାପ୍ତ ହୋଇଥିଲା, ଯାହା ସ୍ୱାଭାବିକ ଭାବରେ ଜୁଲାଇ ୮ ତାରିଖ ସୁଦ୍ଧା ହେବା କଥା । ଚଳିତ ବର୍ଷ ଜୁନ ୩ ତାରିଖରେ ଏହା କେରଳରେ ପହଞ୍ଚିଥିଲା । ଚଳିତ ବର୍ଷ ସମଗ୍ର ଦେଶରେ ଜୁନ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ମୌସୁମୀ ବର୍ଷା ପରିମାଣ ୮୭ ସେଣ୍ଟିମିଟର ହୋଇଛି, ଯାହା ଦୀର୍ଘକାଳ ହାରାହାରି ୮୮ ସେଣ୍ଟିମିଟର (୧୯୬୧-୨୦୧୦) ରହିଛି । ଗତ ମାସରେ ଅନୁକୂଳ ପରିସ୍ଥିତି କାରଣରୁ ଦେଶରେ ଅଧିକ ବର୍ଷା ହୋଇଥିବା ଜଣାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories