www.samajalive.in
Thursday, December 11, 2025
16.1 C
Bhubaneswar

ସୁନ୍ଦରଗଡ଼ ଜିଲ୍ଲା ପାଠାଗାରରେ ଖୋଲିବ ଇ-ଲାଇବ୍ରେରି, ରାଜ୍ୟ ପାଠାଗାର ସହ ସଂଯୋଗ ହେବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଥିବା ଜିଲ୍ଲାସ୍ତରୀୟ ପାଠାଗାରରେ ଖୁବ୍ ଶୀଘ୍ର ଇ-ଲାଇବ୍ରେରି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ‘ଆଜାଦି କି ଅମୃତ’ ଉତ୍ସବ ଅବସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ଇ-ଲାଇବ୍ରେରୀ ପାଇଁ କମ୍ପ୍ୟୁଟର ସେଟ୍‌ ଅପ୍‌ର ଶୁଭାରମ୍ଭ କରିଛନ୍ତି।

ସଂସ୍କୃତି ଭବନ ପରିସରରେ ଥିବା ଏହି ପାଠାଗାର ଜିଲ୍ଲାର ଏକ ପ୍ରମୁଖ ସର୍ବସାଧାରଣ ପାଠାଗାର ଭାବେ ପରିଚିତ । ଏଠାରେ ଆରମ୍ଭ ହେବାକୁ ଥିବା ଇ-ଲାଇବ୍ରେରିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠାଗାର ସହିତ ସଂଯୋଗ କରାଯିବ । ଫଳରେ ଏଠାକୁ ଆସୁଥିବା ପାଠକ ପାଠିକାମାନେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ସହ ଗବେଷଣା କାମ କରିପାରିବେ। ଇଂଟରନେଟ୍ ମାଧ୍ୟମରେ ଡିଜିଟାଲ ମିଡିଆର ବ୍ୟବହାର କରି ଶିକ୍ଷା, ଗବେଷଣା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ପାଇଁ ଏହା ବିଶେଷ ସହାୟକ ହେବ।

- Advertisement -

ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଭାବେ ପରିଚିତ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଠାରୁ ବ୍ରିଟିଶମାନଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ନୂଆ ରୂପ ନେଇଥିଲା । ଚଳିତ ବର୍ଷ ଭାରତୀୟ ସ୍ୱାଧୀନତା ସଂଗ୍ରାମର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ଆଜାଦି କି ଅମୃତ’ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପାଠାଗାରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଫଟୋ ଚିତ୍ର ସହ ସେମାନଙ୍କର ଜୀବନୀ ସମ୍ପର୍କିତ ପୁସ୍ତକ ପ୍ରଦର୍ଶିତ କରାଯାଉଛି । ଛାତ୍ରଛାତ୍ରୀ ଓ ସାଧାରଣ ପାଠକମାନେ ପାଠାଗାରକୁ ଆସି ଏସବୁ ବହି ପଢ଼ି ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଜାଣିପାରିବେ।

“ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭକରି ବିର୍ସା ମୁଣ୍ଡାଙ୍କ ପର୍ଯ୍ୟନ୍ତ ଅନେକ ସଂଗ୍ରାମୀ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି । ସେମାନଙ୍କର ସେହି ମହାନ ତ୍ୟାଗକୁ ଆଜିର ପିଢ଼ି ଜାଣିବା ଉଚିତ । ଏହା ସେମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସେମାନେ ଯୋଡ଼ିହେବାକୁ ଆଗେଇଆସିବେ। ତାହା ହିଁ ହେବ ସେହି ସଂଗ୍ରାମୀମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି”, ଏହି ଅବସରରେ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କୁମାର କେର୍‌କେଟା, ସଂସ୍କୃତି ଭବନର କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ବୃଦ୍ଧି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ମାଧ୍ୟମରେ ଜିଲ୍ଲାରେ ଅଧିକ ସଂଖ୍ୟାରେ ସର୍ବସାଧାରଣ ପାଠାଗାର ସୃଷ୍ଟି ଲାଗି ପଦକ୍ଷେପ ନିଆଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ସହାୟତାରେ ଜିଲ୍ଲାର ଗ୍ରାମାଂଚଳରେ ପାଠାଗାର ନିର୍ମାଣ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ସ୍କୁଲ ଓ କଲେଜ ସ୍ତରରେ ଉନ୍ନତମାନର ପାଠାଗାର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories