www.samajalive.in
Monday, December 15, 2025
26.1 C
Bhubaneswar

ହାତୀପଲ ଉଜାଡିଦେଲେ ଫଳ ବଗିଚା

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ରୋପଣ କରାଯାଇଥିବା ଫଳ ବଗିଚାରେ ହାତୀପଲ ପଶି ଉଜାଡି ଦେଇଛନ୍ତି। ଗତ ଦୁଇମାସ ତଳେ ୭ ହେକ୍ଟର ଜମିରେ ଆମ୍ବ, ପଣସ, ବରକୋଳି, ଜାମୁ, ପିଜୁଳି ଆଦି ଚାରା ରୋପଣ କରାଯାଇଥିଲା। ଆଖି ଦୃଷ୍ଟିଆ ହୋଇ ଉଠିଆସିଥିଲା ଚାରାଗୁଡିକ। ହେଲେ ୧୦ଟି ହାତୀ ଗୋଡରେ ଦଳି ନଷ୍ଟ କରିବା ସହ ଶୁଣ୍ଢରେ ଉପାଡି ଦେଇଛନ୍ତି ଫଳ ଗଛଗୁଡିକୁ। ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ରାଣୀବଣିଆ ସଂରକ୍ଷିତ ଜଙ୍ଗଲରେ ରୋପଣ କରାଯାଇଥିଲା ଏହି ଫଳ ଚାରା। କପିଳାସରୁ ଆସି ରାଣୀବଣିଆ ଓ ବଣିଆନ୍ଧ ସଂରକ୍ଷିତ ଜଙ୍ଗଲରେ ଆସ୍ତାନ ଜମାଇଛନ୍ତି । ପ୍ରକାଶଯୋଗ୍ୟ ଏହି ସଂରକ୍ଷିତ ଜଙ୍ଗଲଦ୍ୱୟ କପିଳାସ ସଂରକ୍ଷିତ ଜଙ୍ଗଲକୁ ଲାଗିଛି । ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ବନବିଭାଗ ଦ୍ୱାରା ସୃଷ୍ଟି ହୋଇଥିବା ଫଳ ବଗିଚାକୁ ହାତୀପଲ ଉଜାଡି ଦେଇଥିବାରୁ ବନକର୍ମଚାରୀ ମନରେ ନୈରାଶ୍ୟ ଦେଖାଦେଇଛି। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ଆଜି ଅପରାହ୍ନରେ ଉଜାଡି ଦେଇଥିବା ବଗିତାକୁ ଦେଖି ମର୍ମାହତ ହୋଇଥିଲେ। ଯେହେତୁ ସଂରକ୍ଷିତ ଜଙ୍ଗଲରେ ହାତୀ ଅବସ୍ଥାନ କରୁଛନ୍ତି ସେଥିପାଇଁ ଏଭଳି ନଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ହାତୀପଲ ଗାଁମୁହାଁ ନହେବା ପାଇଁ ଏହି ଫଳ ବଗିଚା ସୃଷ୍ଟି କରାଯାଇଥିଲା। ଚାରା ବଡ ହୋଇ ଫଳିଲେ ହାତୀ ଖାଦ୍ୟରୂପେ ଏହାକୁ ଗ୍ରହଣ କରିଥାନ୍ତେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories