www.samajalive.in
Saturday, December 6, 2025
19.1 C
Bhubaneswar

ଲକ୍ଷ୍ମୀପୁର ବ୍ଲକରେ ଯାନବାହାନ ଯାଞ୍ଚ, ୨ଲକ୍ଷ ୯୧ ହଜାର ଜରିମାନା ଆଦାୟ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକର ଦୁଇଟି ସ୍ଥାନ ଲକ୍ଷ୍ମୀପୁର ବଜାର ଓ କାକିରିଗୁମା ବଜାରରେ ସୋମବାର କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି।
ଯାଞ୍ଚ ବେଳେ ଦୁଇଟି ସ୍ଥାନରୁ ୨୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ଲକ୍ଷ୍ମୀପୁର ବଜାରରେ ।
୧ଲକ୍ଷ ୫୨ ହଜାର ୫ଶହ ଟଙ୍କା ଆଦାୟ ହୋଇଥିଲା ବେଳେ କାକିରିଗୁମା ବଜାରରେ ୧ ଲକ୍ଷ ୩୯ ହଜାର ଟଙ୍କା ଆଦାୟ ହୋଇଛି। ଏଥି ମଧ୍ୟରେ ଦୁଇଚକିଆ ଓ ଚାରି ଚକିଆ ଯାନ ଅନ୍ତର୍ଭୁକ୍ତ।
ବିନା ହେଲମେଣ୍ଟରେ ବାଇକ ଚାଳକ ଓ ବିନା ବେଲ୍ଟ ଲଗାଇ ଯାଉଥିବା ଚାରି ଚକିଆ ଯାନ ଗୁଡ଼ିକୁ ଅଟକାଇ ଜରିମାନା ଆଦାୟ କରା ଯାଇଥିଲା। ଏଥି ମଧ୍ୟରେ ଲକ୍ଷ୍ମୀପୁର ଠାରେ ହୋଇଥିବା ଯାଞ୍ଚ ସମୟରେ ୪ଜଣ ବାଇକ ଚାଳକଙ୍କର ଲାଇସେନ୍ସ ରଦ କରା ଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଲକ୍ଷ୍ମୀପୁର ବ୍ଲକରେ ଅନେକ ନାବାଳକ ବାଇକ ଧରି ବଜାର ଉପର ଦେଇ ଦ୍ରୁତ ଗତିରେ ଚାଲୁଥିବା କରୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥିମଧ୍ୟରେ
କିଛି ଲୋକଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ନଥିବା ଜଣା ପଡିଛି। ଲକ୍ଷ୍ମୀପୁରରେ ଯାଞ୍ଚ ବେଳେ ଥାନା ଅଧିକାରୀ ଗୌରହରୀ ସାହୁ, ଏସଆଇ ସମ୍ବିତ ସ୍ଵାଇଁ, ସୁଜାତା କହଁର ଉପସ୍ଥିତ ଥିବା ବେଳେ ଆଇଆରବିଏନ ଯବାନ ମାନେ ଏଥିରେ ସହଯୋଗ କରିଥିଲେ।
ସେହିପରି କାକିରିଗୁମ୍ମା ଠାରେ ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତଙ୍କ ସହିତ ଥାନା ଅନ୍ଯ ଅଧିକାରୀ ଓ ଶିପାହୀ ମାନେ ଏଥିରେ ସହଯୋଗ କରିଥିଲେ । କୋରାପୁଟ ଟ୍ରାଫିକ ସବଇନିସପେକ୍ଟର୍ ରାଜ ନାରାୟଣ ସ୍ଵାଇଁ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ୩ଜଣ ପୁଲିସ ଏଠାରେ ଉପସ୍ଥିତ ଥିଲାେ।

ସୂଚନା ଯୋଗ୍ୟ ଏହିକି କରୋନା କଟକଣା କୋହଳ ହେବା ପରେ ଅମାନିଆ ମାନେ ଆଉ ମାନୁ ନାହାଁନ୍ତି। ଏପରିକି ଛୋଟ ଛୋଟ ପିଲା ମାନେ ବେପରୁ ଭାବେ ବାଇକ୍ ଚଲାଉ ଥିବା କାରଣରୁ ଲୋକମାନେ ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି। ସେହିପରି ନିଶାଗ୍ରସ୍ତ ଅବସ୍ଥାରେ ମଧ୍ୟ ବାଇକ୍ ଚଳାଇ ଅନେକ ସମୟରେ ଦୁର୍ଘଟଣା ଘଟି ନିଜେ ଆହତ ହେବା ସହିତ ଅନ୍ୟ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories