www.samajalive.in
Saturday, December 13, 2025
23.1 C
Bhubaneswar

ଜୁଆ ଆଡ୍ଡା ଉପରେ ଚଢ଼ଉ, ଲକ୍ଷାଧିକ ଟଙ୍କା ଜବତ

ସୁନ୍ଦରଗଡ଼ : ସଦର ପୁଲିସ ଗତରାତିରେ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ଉ କରି ୬ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ବାଇକ, ମୋବାଇଲ ଫୋନ ଓ ଅନ୍ୟାନ୍ୟ ଜୁଆ ସାମଗ୍ରୀ ଜବତ କରିଛି। ସେହିପରି  ଅନ୍ୟ ଏକ ଘଟଣାରେ ଡ଼କାୟତି ପାର୍ଇ ପ୍ରସ୍ତୁତି ଚଳାଇଥିବା ଏକ ଆନ୍ତଃରାଜ୍ୟ  ଗ୍ୟାଙ୍ଗର ୭ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କଠାରୁ ବୋଲେରୋ, ବାଇକ, ଭୁଜାଲି ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ସଦର ଥାନା ଅନ୍ତର୍ଗତ ଗୁରାବସା ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ସୂଚନା ପାଇ ସଦର ପୁଲିସ ଅତର୍କିତ ଚଢ଼ାଉ କରି ୪ ଲକ୍ଷ ୨୮ହଜାର ୪୪୦ ଟଙ୍କା, ୫ଟି ବାଇକ, ୨ଟି ମୋବାଇଲ, ଘୁଡ଼ଘୁଡ଼ି ପଟି, ୪ଟି ଜୁଆ ଗୋଟି ଜବତ କରି ୬ଜଣଙ୍କୁ ଗିରଫ କରିଥିଲା।

- Advertisement -

ସେହିପରି ସଦର ପୁଲିସ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଡ଼କାୟତି ଯୋଜନା କରୁଥିବା ୭ଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ନମ୍ବର ବିହୀନ ବୋଲେରୋ, ଗୋଟିଏ ବାଇକ, ୨ଟି ମୋବାଇଲ, ୨ପ୍ୟାକେଟ ଲଙ୍କାଗୁଣ୍ଡ, ୨ଟି ଭୁଜାଲି ଓ ୩ଟି ଛୁରି ଜବତ କରିଛି। ଏହି ଡ଼କାୟତ ଦଳ କିରେଇରେ ଜଣଙ୍କ ଘରୁ ଡ଼କାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି। ଡ଼କାୟତମାନେ ସଦର ଥାନା ଅନ୍ତର୍ଗତ କିରେଇ ସ୍ପିନିଂ ମିଲ ନିକଟରେ ଥିବା ଗୋଟିଏ ପରିତ୍ୟକ୍ତ କୋଠରୀ ମଧ୍ୟରେ ବସି ଏହି ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତ କରୁଥିବା ବେଳେ ସେମାନଙ୍କ ଉପସ୍ଥିତି ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଉଭୟ ମାମଲାରେ ୧୩ଜଣ ଅପରାଧିଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଧରାପଡ଼ିଥିବା ଆନ୍ତଃରାଜ୍ୟ ଡ଼କାୟତମାନେ ହେଲେ ସମ୍ବଲପୁର ଜିଲା ଗୋବିନ୍ଦପୁରର ମାଧବ ବେହେରା, ସୁନ୍ଦରଗଡ଼ ଜିଲା ବାରଗାଡ଼ର ସୁରେଶ ଚନ୍ଦ୍ର ପିଙ୍ଗ ଓ ତାରାଚାନ୍ଦ କିଶାନ, ବ୍ରଜରାଜନଗର ରାଜପୁରର ଅନୀଲ ସାହୁ, ଲଇକେରାର ପରେଶ୍ୱର ପିଙ୍ଗ, ତଳସରାର ପରେଶ ମାଝୀ, ବ୍ରଜରାଜନଗରର ବେଣୁଧର ନାଏକ। ସେହିପରି ଜୁଆ ମାମଲାରେ ଧରାପଡ଼ିଥିବା ଅପରାଧିମାନେ ହେଲେ ବଡ଼ଗାକଚ୍ଛାରର ସୁଶୀଲ ନାଏକ, ସୁଦର୍ଶନପୁରର ସନାତନ ଚୌଧୁରୀ, ସମ୍ବଲପୁର ଜିଲା ନିକିଟିମାଲର କିଶୋର ଧାନ, ବନ୍ଧପାଲିର କୁନୁ ଡ଼ନସେନା, ଝାରସୁଗୁଡ଼ା ଜିଲା କଣ୍ଟାପାଲିର ସଙ୍ର୍କିତନ ସେଠ ଓ ବ୍ରଜରାଜନଗର ନୂଆଡ଼ିହିର ଦେବାନନ୍ଦ ପାଣ୍ଡେ ପ୍ରମୁଖଙ୍କୁ ଗିରଫ କରିଛି। ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ଡ଼ି.ପି.ଓ ବଳଭଦ୍ର ଦୀପ ଏହି ସୂଚନା ଦେଇଥିବା ବେଳେ ସଦର ଥାନା ଅଧିକାରୀ ରମାକାନ୍ତ ସାଏ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories