www.samajalive.in
Saturday, December 13, 2025
27.1 C
Bhubaneswar

ମୁଜାଫର୍‍ପୁର କନ୍ୟାଶ୍ରମ ଯୌନ ନିର୍ଯ୍ୟାତନା ଘଟଣାରେ ଇଡି ପକ୍ଷରୁ ମାମଲା ରୁଜ୍ଜୁ

ପାଟଣା : ବିହାରର ମୁଜାଫର୍‍ପୁର କନ୍ୟାଶ୍ରମରେ ୩୪ ଜଣ ବାଳିକାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଏକ ମାମଲା ରୁଜ୍ଜୁ କରିଛି । ସିବିଆଇ ଦ୍ୱାରା ଦାଖଲ ଏତଲା ଆଧାରରେ ଇଡି ଏହି ମାମଲା ରୁଜ୍ଜୁ କରିଛି । କନ୍ୟାଶ୍ରମର ମାଲିକ ବ୍ରଜେଶ ଠାକୁରଙ୍କ ସମେତ କଳାଧନ ବୈଧ ମାମଲାରେ ଅଭିଯୁକ୍ତଙ୍କୁ ଇଡି ଖୁବ୍‍ ଶୀଘ୍ର ସମନ୍‍ ଜାରି କରିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାଧନ ବ୍ୟବହାର ହୋଇଛି କି ନାହିଁ, ସେ ବିଷୟ ସୁନିଶ୍ଚିଚ କରିବା ସହିତ ଅପରାଧିକ କାର୍ଯ୍ୟକଳାପର ତଦନ୍ତ କରିବ। ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଥିବା ସେହି କନ୍ୟାଶ୍ରମକୁ ବ୍ରଜେଶ ଠାକୁର ପରିଚାଳନା କରୁଥିଲେ ଏବଂ ୩୦ ଜଣ ବାଳିକାଙ୍କୁ ସେଠାରେ ଦୁଷ୍କର୍ମ ହୋଇଥିବା ମାମଲା ପୂର୍ବରୁ ରୁଜ୍ଜୁ ହୋଇଛି। ବ୍ରଜେଶ ଠାକୁରଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଚଳିତ ବର୍ଷ ମେ ମାସ ୩୧ ତାରିଖରେ ଏ ସମ୍ପର୍କିତ ଏଫଆଇଆର ରୁଜ୍ଜୁ କରାଯାଇଥିଲା। ପରେ ସମ୍ପୃକ୍ତ ଏନଜିଓକୁ କଳା ତାଲିକାଭୁକ୍ତ କରାଯିବା ସହିତ ସେଠାରେ ରହୁଥିବା ବାଳିକାମାନଙ୍କୁ ପାଟନା ଏବଂ ମଧୁବନୀସ୍ଥିତ କନ୍ୟାଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ବ୍ରଜେଶ ଠାକୁରଙ୍କ ସମେତ ପୁଲିସ୍‍ ସେଠାକାର ମହିଳା କର୍ମଚାରୀମାନଙ୍କୁ ଗିରଫ କରିଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories