www.samajalive.in
Thursday, December 11, 2025
18.1 C
Bhubaneswar

କୋଣାର୍କରେ ଯୁବତୀଙ୍କୁ ଗଣଦୁଷ୍କର୍ମ ; ଅଭିଯୁକ୍ତ ଯୁବକକୁ ଧରି ପୁଲିସର ତଦନ୍ତ ଆରମ୍ଭ

କୋଣାର୍କ : କୋଣାର୍କରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏକ ବନ୍ଦ କୋଠରୀରେ ଦୀର୍ଘ ୧୦ ଦିନ କାଳ ଯୁବତୀଙ୍କୁ ଅନେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରର ତାଲା ଭାଙ୍ଗି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।  ଗୁରୁତର ଯୁବତୀଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି ଓ ଯୁବତୀ ଜଣଙ୍କ ସମସ୍ତ ବିଷୟରେ ବର୍ଣ୍ଣନା କରିଛନ୍ତି।

ବର୍ଷକ ତଳେ ଜଣେ ଯୁବତୀ ତାଙ୍କୁ ଚାକିରୀ ଦେବାକୁ କହି କୋଣାର୍କକୁ ଆଣିଥିଲେ। ପରେ ସେହି ଯୁବତୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ଏଠାରେ ଜୋର ଜବରଦସ୍ତ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଥିଲେ। ପରେ ୧୦ ଦିନ ତଳେ ଜଣେ ଯୁବକ ତାଙ୍କୁ ଏଠାକୁ ଆଣି ବସଷ୍ଟାଣ୍ଡ ମାର୍କେଟ୍ କମ୍ପ୍ଲେକ୍ସର ଏକ ବନ୍ଦ କୋଠରୀରେ ତାଲା ପକାଇ ରଖିଥିଲେ। ତାଙ୍କୁ ସେ ଦୁଷ୍କର୍ମ କରିବା ସହ ପ୍ରତିଦିନ ଅନେକ ଯୁବକଙ୍କୁ ଆଣି ମଧ୍ୟ ଦୁଷ୍କର୍ମ କରାଉଥିଲେ ବୋଲି ଅଭିଯୋଗ ହୋଇଛି।

- Advertisement -

ଯୁବତୀ ଜଣଙ୍କ ବୁଧବାର ଘର ଭିତରେ ରହି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଘରର ତାଲା ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଘରର ମାଲିକ ଓ ଅଭିଯୁକ୍ତ କୁହାଯାଉଥିବା ଜଣେ ଯୁବକକୁ ଧରି ତଦନ୍ତ ଚଳାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories