www.samajalive.in
Wednesday, November 12, 2025
17.1 C
Bhubaneswar

ରବିବାର ବିଶେଷ : ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ହୋଇଥାଏ ଲାଭଦାୟକ

ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଜ୍ଞାନ ପ୍ରାପ୍ତି ହୋଇଥାଏ।
ସୂର୍ଯ୍ୟପୂଜା କରୁଥିବା ବ୍ୟକ୍ତିଙ୍କ ବିଶେଷ ସମସ୍ୟା ରୁହେ ନାହିଁ ଏବଂ ସବୁ ସଙ୍କଟ ଦୂର ହୋଇଥାଏ।
ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ବାରା ବ୍ୟକ୍ତିର ବଚନ ମଧୁର ହୋଇଥାଏ। ଏହା ସହ ବ୍ୟକ୍ତି ବିଦ୍ବାନ ଏବଂ ବୁଦ୍ଧିମାନ ହୋଇଥାଏ।
ଯେଉଁମାନେ ଛୋଟ ବଡ କଥାରେ ଶୀଘ୍ର ରାଗି ଯାଆନ୍ତି, ସେମାନେ ସୂର୍ଯ୍ୟ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ।
ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ବାରା ମନରୁ ଲୋଭ, ବିଶ୍ବାସଘାତ ଏବଂ ଖରାପ ଚିନ୍ତାଧାରା ଦୂର ହୋଇଥାଏ।
ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ଲାଭଦାୟକ ହୋଇଥାଏ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଓ ତାଙ୍କ ଦର୍ଶନ କରିବା ଦ୍ବାରା ବ୍ୟକ୍ତିକୁ ବିଶେଷ କୃପା ଲାଭ ହୋଇଥାଏ।
ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପୂଜା କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରନ୍ତୁ।
ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ଧନ ପ୍ରାପ୍ତି ହୋଇଥାଏ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ପ୍ରୟୋଗ କରନ୍ତୁ।
ଏହା ବ୍ୟତୀତ୍ ଜଳରେ ଫୁଲ ପକାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ।
ଆଖିର ଜ୍ୟୋତି କମ୍‌ ଥିଲେ ସୂର୍ଯ୍ୟଦେବତାଙ୍କୁ ଅବଶ୍ୟ ପୂଜା କରନ୍ତୁ।
ସୂର୍ଯ୍ୟଙ୍କ କୃପା ଦ୍ବାରା ଆଖିର ଜ୍ୟୋତି ବୃଦ୍ଧି ହୋଇଥାଏ।
ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଯେଉଁ ବିଦ୍ୟାର୍ଥୀ ବାରମ୍ବାର ପରୀକ୍ଷାରେ ଅସଫଳ ହେଉଛନ୍ତି, ସେମାନେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ସଫଳତା ନିଶ୍ଚୟ ମିଳିବ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories