www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଚିନ୍ତା : ବସିଲା ସର୍ବଦଳୀୟ ବୈଠକ

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଗୁଜରାଟ, ମୁମ୍ବଇ, ତାମିଲନାଡୁ, ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନର ସୁଅ ଛୁଟିଥିବା ବେଳେ କେତେକ ଜିଲାରେ ଏହାକୁ ନେଇ ଅବ୍ୟବସ୍ଥା ଓ ବିଭ୍ରାଟ ଘଟଣା ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଅବ୍ୟବସ୍ଥା ଓ ବିଭ୍ରାଟ ଯେପରି ସୁନ୍ଦରଗଡ଼ ଜିଲାରେ ନ ହେଉ ଏହାକୁ ଲକ୍ଷ୍ୟରେ ରଖି ସଦର ବିଧାୟିକା କୁସୁମ ଟେଟେଙ୍କ ଅନୁରୋଧକ୍ରମେ ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କଲ୍ୟାଣ ବର୍ତ୍ତମାନ ସୁନ୍ଦରଗଡ଼ ଜିଲାର କରୋନା ସ୍ଥିତି ଓ ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ପଞ୍ଜିକରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ରହିବା, ଚିକିତ୍ସା ବ୍ୟବସ୍ଥା ଓ କ୍ୱାରେନଣ୍ଟାଇନ ସର୍ତ୍ତ ସଂପର୍କରେ ସୂଚନା ଦେଇ ଏଥିପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ଅଛି ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ପ୍ରତ୍ୟେକ ଦିନର ସ୍ଥିତିକୁ ସମୀକ୍ଷା କରାଯିବା ସହ ତଦଅନୁଯାୟୀ ପଦକ୍ଷେପମାନ ନିଆଯାଉଛି ବୋଲି କହିଥିଲେ। ବିଧାୟିକା ଟେଟେ ପ୍ରବାସୀ ଶ୍ରମିକ ଓ ଏଥିରେ ସାମିଲ ଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପାଇଖାନା, ଗାଧୁଆଘର, ସେମାନଙ୍କ ସୁରକ୍ଷା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପରୀକ୍ଷା, କ୍ୱାରେନଣ୍ଟାଇନ ଅବଧି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡ଼ି ଓ କଂଗ୍ରେସର ଉପସ୍ଥିତ କର୍ମକର୍ତ୍ତାମାନେ ମଧ୍ୟ କେତେକ ପ୍ରସ୍ତାବ ଉପସ୍ଥାପନ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ବୈଠକରେ ଶାସକ ବିଜେଡ଼ିର ବରିଷ୍ଠ ନେତା ହରଜେନ୍ଦ୍ର ସିଂ, ପଶ୍ଚିମାଞ୍ଚଳ ଜୋନ ବିଜୁ ଛାତ୍ର ଜନତା ଦଳ ସଭାପତି ବୈକୁଣ୍ଠ ନାଏକ, ବିଜୁ ଆଇନଜୀବୀ ସାମୁଖ୍ୟର ଜିଲା ଆବାହକ ଅଶୋକ ସ୍ୱାଇଁ, ବିଜେଡ଼ି ନଗର ସଭାପତି ସୁରେନ୍ଦ୍ର ଭିତରିଆ, ସୁନିଲ ମହାପାତ୍ର, ପୂର୍ବତନ କାଉନସିଲର ପଞ୍ଚା ବାର୍ଲା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଶିବାଜୀ ନାଏକ, କଂଗ୍ରେସ ଦଳରୁ ପୂର୍ବତନ ଜିଲା ସଭାପତି ବେଣୁମାଧବ ତ୍ରିପାଠୀ, ବରିଷ୍ଠ ନେତା ପ୍ରଫୁଲ୍ଲ ସୁନ୍ୟାନୀ, ପ୍ରଦୀପ ସିଂ, ବିଜେପି ପକ୍ଷରୁ ଯୁବନେତା ଅଜୟ ପଟେଲ, ମନିଷ ପଟେଲ, ଆଶିଷ ପଟେଲ, ଭୀମସେନ ନାଏକ, ସାଗର ସାହୁ, ସୁବାଷ ରଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ। ପ୍ରଶାସନ ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories