www.samajalive.in
Saturday, December 6, 2025
17.1 C
Bhubaneswar

ଚୀନ୍‍ରେ ୧୧,୦୦୦ ପରଦାରେ ରିଲିଜ୍‍ ହେବ ‘ସୁଲ୍‍ତାନ୍‍’

ନୂଆଦିଲ୍ଲୀ : ସଲ୍‍ମାନ୍‍ ଖାନ୍‍ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁଲ୍‍ତାନ୍‍’ ୩୧ ଅଗଷ୍ଟରେ ଚୀନ୍‍ରେ ରିଲିଜ୍‍ କରାଯିବ। ଚଳଚ୍ଚିତ୍ରର ନୂତନ ପୋଷ୍ଟର ରିଲିଜ୍‍ ହୋଇଛି ଯେଉଁଥିରେ ଚୀନ୍‍ ଭାଷାରେ ସୂଚନା ଦିଆ ଯାଇଛି। ଭାରତରେ ବହୁ ରେକର୍ଡ଼ ଭାଙ୍ଗିବା ପରେ ଏବେ ଏହି ଚଳଚ୍ଚିତ୍ରକୁ ଚୀନରେ ରିଲିଜ୍‍ କରା ଯାଉଛି। ଚୀନ୍‍ ବକ୍ସ ଅଫିସ୍‍ରେ ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବା ପାଇଁ ଚଳଚ୍ଚିତ୍ର ନିର୍ମାତା ଖୁବ୍‍ ଜୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଚୀନରେ ମଧ୍ୟ ଚଳଚ୍ଚିତ୍ରକୁ ସୁଲ୍‍ତାନ୍‍ ନାମରେ ହିଁ ରିଲିଜ୍‍ କରାଯିବ। ୟଶରାଜ ଫିଲ୍ମସ ଚୀନ୍‍ର ଡିଷ୍ଟ୍ରିବ୍ୟୁଟର୍‍ କମ୍ପାନୀ ଇ-ଷ୍ଟାର୍ସ ଚୀନ୍‍ ସହ ହାତ ମିଳାଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ୍‍ ଅନୁସାରେ ଏହି ଚଳଚ୍ଚିତ୍ରକୁ ଚୀନ୍‍ରେ ୧୧,୦୦୦ ଟି ପରଦାରେ ରିଲିଜ୍‍ କରାଯିବ। ତତ୍‍ସହିତ ଗୋଟିଏ ଦିନରେ ଚଳଚ୍ଚିତ୍ରର ପାଖାପାଖି ୪୦,୦୦୦ ଶୋ’ ଚଲାଇବା ପାଇଁ ଚେଷ୍ଟା ରହିଛି। ଖବର ଅନୁସାରେ ଭାରତରେ ଏହାକୁ ୫୧୦୦ ଟି ପରଦାରେ ରିଲିଜ୍‍ କରାଯାଇଥିଲା।

- Advertisement -

ସୁଲ୍‍ତାନ୍‍ ପ୍ରଥମ ବଲିଉଡ଼୍‍ ଚଳଚ୍ଚିତ୍ର ଯାହାକୁ ଚୀନ୍‍ରେ ଏତେ ଅଧିକ ସଂଖ୍ୟକ ପରଦାରେ ରିଲିଜ୍‍ କରାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories