ନୂଆଦିଲ୍ଲୀ: ୧୮ ଜଣିଆ ଭାରତୀୟ ହକି ଦଳର ଅଧିନାୟକ ଭାବେ ମନପ୍ରୀତ ସିଂହକୁ ମନୋନୀତ କରାଯାଇଛି। ଆସନ୍ତା ୨୮ତମ ସୁଲତାନ ଅଜଲାନ ଶାହା କପ ହକି ପ୍ରତିଯୋଗିତାରେ ସେ ଦଳର ପ୍ରତିନିଧିତ୍ଵ କରିବେ। ମାଲେସିୟାର ଇପୋହଠାରେ ମାର୍ଚ୍ଚ ୨୩ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସୁରେନ୍ଦ୍ୱର କୁମାର ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳର କେତେଜଣ ବରିଷ୍ଠ ଖେଳାଳି ଆଘାତପ୍ରାପ୍ତ ହୋଇଥିବାରୁ, ଯୁବ ଖେଳାଳିମାନଙ୍କୁ ଦଳରେ ସାମିଲ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ କାନାଡ଼ା, ମାଲେସିୟା, କୋରିଆ, ଦକ୍ଷିଣ ଆଫ୍ରିକା ଓ ଜାପାନ ଯୋଗ ଦେଉଛନ୍ତି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ହେବ।
Popular Categories



