www.samajalive.in
Monday, December 15, 2025
26.1 C
Bhubaneswar

ପାଣିଟାଙ୍କି ସଫା ବେଳେ ଛାଡ଼ିଦେଲେ ପାଣି; ମିସ୍ତ୍ରିଙ୍କ ଜୀବନ ଗଲା

ଭୁବନେଶ୍ଵର: ଜନସ୍ବାସ୍ଥ୍ୟ ବିଭାଗ ଏବଂ ଠିକାଦାରଙ୍କ ବେପରୁଆ କାର୍ଯ୍ୟ ଯୋଗୁ ଭିଏସଏସ ନଗରରେ ପାଣି ଟାଙ୍କି ସଫା କରୁଥିବା ଜଣେ ମିସ୍ତ୍ରିଙ୍କ ଜୀବନ ଯାଇଛି। କାମ ଚାଲିଥିବା ବେଳେ ପାଣି ଛାଡ଼ି ଦିଆଯିବାରୁ ଅଣନିଃଶ୍ଵାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବୁଧବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ମୃତ ଶ୍ରମିକ ହେଲେ ଶହୀଦ ନଗର ଥାନା ଗଣପତି ନଗର ବସ୍ତିରେ ରହୁଥିବା ଗଞ୍ଜାମ ଜିଲା କଂସମାରୀ ଗ୍ରାମର ରୁଦ୍ର ଦୋରା(୨୫)।

ସୂଚନା ଅନୁଯାୟୀ, ରୁଦ୍ର ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ପାଣି ଟାଙ୍କିରେ ପଶି ସଫା କରୁଥିଲେ। ଆଉ ୨ଜଣ ସହଯୋଗୀ ତଳେ ରହି କାମ ଅନୁଧ୍ୟାନ କରୁଥିଲେ। ଏହି ସମୟରେ ପାଇପ ଲାଇନ ଦେଇ ପାଣି ଆସିଯିବାରୁ ରୁଦ୍ର ପାଟି କରିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ୨ ସହଯୋଗୀ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ବସ୍ତିର ଶତାଧିକ ଲୋକ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଠିକାଦାରଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସୂଚନାଯୋଗ୍ୟ, ରୁଦ୍ର ଦେଢ଼ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୫ମାସର ଏକ ପୁଅ ଅଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories