www.samajalive.in
Monday, December 15, 2025
17.1 C
Bhubaneswar

ଆନ୍ତର୍ଜାତୀୟ ବିଆଇଏମଏସଟିଇସି ସମ୍ମିଳନୀର ନେତୃତ୍ୱ ନେବେ ଆଇଏନଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ

ଭୁବନେଶ୍ୱର : ଆଇଏନଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବେ ସୁକିର୍ତ୍ତୀ ପଟ୍ଟନାୟକ ଦାୟିତ୍ୱ ନେଇଛନ୍ତି। ନୟନ ତାରା ପାଲ ଚୌଧୁରୀଙ୍କଠୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଇଏନଡବ୍ଲ୍ୟୁଇସି ବିଆଇଏମଏସଟିଇସି ନେତୃତ୍ୱ ଫୋରମ୍ ଆୟୋଜନ କରୁଛି। ଆଇସିସି, ଏଲ୍ଏସଜି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଏହାକୁ ପ୍ରତିନିଧିତ୍ୱ କରୁଛନ୍ତି। ବଙ୍ଗୋପସାଗରର ଆଞ୍ଚଳିକ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କକୁ ସେମାନେ ବହୁ ଉପକୃତ ହେବେ ଏବଂ ବିଶ୍ୱ ବଜାରକୁ ରପ୍ତାନୀ ପାଇଁ ସହଯୋଗ କରିବେ।

ଏହି ବିଆଇଏମଏସଟିଇସି ବ୍ୟବସାୟ କନକ୍ଲେଭ ୨୦୨୩ ଆସନ୍ତା ୧୩ ଜୁନ୍ ରୁ ୧୫ ଜୁନ୍ ପର୍ଯ୍ୟନ୍ତ କୋଲକାତାରେ ଅନୁଷ୍ଠିତ ହେବ। ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ୭ଟି ବଙ୍ଗୋପସାଗର ଆଞ୍ଚଳିକ ଦେଶର ପ୍ରତିନିଧି ଏଥିରେ ଜଡ଼ିତ ଅଛନ୍ତି। ଏହି ସମ୍ମିଳନୀରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ୱାସ୍ଥ୍ୟ ସେବା ସଂଯୋଗୀକରଣ, କୃଷି, ଆର୍ଥିକ ସେବା, ହସ୍ତତନ୍ତ୍ର, ଷ୍ଟାର୍ଟଅପ୍, ଜୟବାୟୁ ପରିବର୍ତ୍ତନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ। ବୈଦେଶିକ ବ୍ୟାପାର, ବାଣିଜ୍ୟ, କୃଷି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଇତ୍ୟାଦି ସମେତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧି, ମନ୍ତ୍ରୀ, ରାଷ୍ଟ୍ରଦୂତ, ବିଭିନ୍ନ ଚାମ୍ବର ଅଫ୍ କମର୍ସର ମୁଖ୍ୟ, ବିଶ୍ୱ ବ୍ୟାଙ୍କ/ ଏଏଚ୍ଡ଼ି, ଡ଼ବ୍ଲୁଏଚ୍ଓ, ମନ୍ତ୍ରୀ ସମେତ ସମସ୍ତ ବିଆଇଏମଏସଟିଇସି ଦେଶର ସରକାରୀ ପ୍ରତିନିଧୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ, ପଲିସି ଆଡ଼ଭୋକେଟ୍, ଉଦ୍ୟୋଗୀ, ଶିଳ୍ପପତି ଇତ୍ୟାଦି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ନୂତନ ଦାୟିତ୍ୱରେ ସୁକିର୍ତ୍ତୀ ପଟ୍ଟନାୟକ ଅନେକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି ଯାହା ଜାତୀୟ ସ୍ତରରେ ଉଦ୍ୟୋଗୀତା ଦୃଶପଟ୍ଟର ବିକାଶ ତଥା ଆମ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଉପକୃତ କରିବ।

- Advertisement -

ଆଇସିସି ଓଡ଼ିଶାର ଚେୟାରମ୍ୟାନ୍ ଜେବି ପାଣି, ସହ ଚେୟାରମ୍ୟାନ୍ ରାଜୀବ ପାଣି, ଆଇଏନଡବ୍ଲ୍ୟୁଇସି ଆବାହକ ତନୟା ପଟ୍ଟନାୟକ, ସହ-ଆବାହକ ପ୍ରୀତି ପଲ୍ଲଭି ପଟ୍ଟନାୟକ, ଆଇସିସି ଓଡ଼ିଶାର ମୁଖ୍ୟ ଜେବି ପାଲ ଏବଂ ଆଇଏନଡବ୍ଲ୍ୟୁଇସି ଓଡ଼ିଶାର ମହିଳା ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏହି ସମ୍ମିଳନୀ ପ୍ରତି ଉତ୍ସାହ ବାଣ୍ଟିଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ସୁକିର୍ତ୍ତୀ ପଟ୍ଟନାୟକ ନୂତନ ଦାୟିତ୍ୱକୁ ନେଇ ସେମାନେ ଅତ୍ୟନ୍ତ ଖୁସି ଥିଲେ। ଓଡ଼ିଶା ପ୍ରତିନିଧି ଦଳରେ ସୁକିର୍ତ୍ତୀ ପଟ୍ଟନାୟକ, ପ୍ରୀତି ପଲ୍ଲଭି ପଟ୍ଟନାୟକ, ମିନୁ ପଟ୍ଟନାୟକ, ସ୍ୱାତି କେଜ୍ରିୱାଲ, ସୋଫିଆ ଫିରଡ଼ସ୍, ସୋନୀ ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି, ଶ୍ୱେତା ଶର୍ମା ଏବଂ ଡ. ସ୍ଥିତି ପ୍ରଜ୍ଞା ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories