ନିର୍ବାଚନ ପୂର୍ବରୁ ଅଡୁଆରେ ଟ୍ରମ୍ପ, ସମ୍ବେଦନଶୀଳ ସରକାରୀ କାଗଜପତ୍ର ରଖିଥିବା ଅଭିଯୋଗ
ଡେସ୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ପରେ ନିଜ ପାଖରେ କେତେକ ସମ୍ବେଦନଶୀଳ ସରକାରୀ କାଗଜପତ୍ର ରଖିଥିବା ଜଣାପଡିବା ପରେ ତାଙ୍କୁ ଦୋଷାରୋପ କରାଯାଇଛି। ସଂଘୀୟ ଯାଞ୍ଚ ପ୍ରକ୍ରିୟାରେ ଏହା ସ୍ପଷ୍ଟ ହୋଇଥିବା ଜଣାପଡିଛି।
ଶ୍ରୀ ଟ୍ରମ୍ପ ଶତାଧିକ ସରକାରୀ କାଗଜପତ୍ର ନିଜ ପାଖରେ ରଖିବା ସହ ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତି ହେବା ପରେ ସେ ହ୍ୱାଇଟହାଉସରୁ ଅନେକ ସରକାରୀ କାଗଜପତ୍ର ନେଇ ଫ୍ଲୋରିଡ଼ା ସ୍ଥିତ ରିସୋର୍ଟରେ ରଖିଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଶ୍ରୀ ଟ୍ରମ୍ପ ଯାଞ୍ଚ କାର୍ଯ୍ୟରେ ହସ୍ତକ୍ଷେପ କରିଛନ୍ତି।
Comments are closed.