ସୁକତେଲ ପ୍ରକଳ୍ପ ଲାଗି ୯୯୮ କୋଟି ମଞ୍ଜୁର
ବଲାଙ୍ଗୀର: ଭୂତଳ ପାଇପ ଦ୍ବାରା କାର୍ଯ୍ୟକାରୀ ହେବ ସୁକତେଲ ଜଳ ସମ୍ପଦ ପ୍ରକଳ୍ପ। ସୁକତେଲ ଜଳ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୯୯୮ କୋଟି ମଞ୍ଜୁର ହୋଇଛି। ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୮କୋଟି ୯୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୩୦ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲାର ୨୭ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
Comments are closed.