www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେମ ବ୍ୟାପାରକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଂଟିଆପଡା ମୁଣ୍ଡାସାହିର କୁଶ ମୁଣ୍ଡାଙ୍କ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅ ସରସ୍ୱତୀ ମୁଣ୍ଡା (୧୫) ଆଜି ମଧ୍ୟାହ୍ନରେ ନିଜ ଘରେ ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଛି । ମୃତ୍ୟୁ ବେଳକୁ ସେ ଗର୍ଭବତୀ ଥିବା ଜଣାପଡିଥିବା ବେଳେ ମୃତଦେହ ନିକଟରୁ ପୁଲିସ ଏକ ପ୍ରେମ ଚିଠି ସହ ମୋବାଇଲ୍ ଜବଦ କରିଛି ।

ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଅଳ ଆଜି ଅପରାହ୍ନରେ ଘଟଣା ସ୍ଥଳକୁ ଯାଇ ସରସ୍ୱତୀ ମୁଣ୍ଡାଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଫାଶି ଘଟଣାର ତଦନ୍ତ କରିଛନ୍ତି ।

- Advertisement -

ସୂଚନା ଯୋଗ୍ୟ ଯେ,ମୃତା ସରସ୍ୱତୀଙ୍କ ବାପା କୁଶ ମୁଣ୍ଡା ପୂର୍ବରୁ ମୃତ୍ୟୁ ବରଣ କରିଥିବାବେଳେ ସରସ୍ୱତୀଙ୍କ ମାଆ ମଧ୍ୟ ଅନ୍ୟ ଜଣେ ବିବାହିତା ପୁରୁଷଙ୍କ ସହ ଫେରାର ହୋଇଯାଇଥିବାରୁ ସରସ୍ୱତୀ ଓ ତାଙ୍କ ତିନି ସାନ ଭାଇ ନିଜ ୮୦ ବର୍ଷୀୟା ଜେଜେମା ଘରେ ରହି ପାଠ ପଢୁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories