www.samajalive.in
Wednesday, December 10, 2025
23.1 C
Bhubaneswar

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ପରିସରରେ ଥିବା ଯବାନ ମେସରେ ଜଣେ ଯବାନଙ୍କ ଝୂଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯବାନ ଜଣଙ୍କ ତାମିଲନାଡୁର ଏମ କ୍ରିଷ୍ଣାଆର୍୨(୨୭) ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏନେଇ ଗୋପାଳପୁର ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ଏମ କ୍ରିଷ୍ଣାଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସର ତଦନ୍ତ ବେଳେ ଜଣାପଡିଛି ଯେ କ୍ରିଷ୍ଣା ଗତକାଲି ନିଜର ଡ୍ୟୁଟି କରିବା ସହ ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ। ଅନ୍ୟ ପଟେ ଯବାନ ଜଣଙ୍କୁ ଛୁଟି ନ ମିଳିବାରୁ ମାନସିକ ଚାପରେ ରହିଥିବା ଯୋଗୁଁ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ତେବେ ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଆତ୍ମହତ୍ୟାର କାରଣ ସ୍ବଷ୍ଟ ହୋଇ ପାରିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ଗୋପାଳପୁର ପୁଲିସ ସୂଚନା ଦେଇଛି। ଏନେଇ ଆର୍ମି ଏଡି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୈାଣସି ମତାମତ ମିଳିପାରି ନାହିଁ। ସୂଚନାଯୋଗ୍ୟ ଯେ ମୃତ କ୍ରୀଷ୍ଣା ଗତ ଏକ ମାସ ହେବ ଏଠାରେ କାର୍ୟ୍ୟରେ ଯୋଗ ଦେଇଥିବା ବେଳେ ଯବାନ ମେସ୍ ରେ ଅନ୍ୟ ସହକର୍ମୀଙ୍କ ସହ ରହୁଥିଲେ। ରବିବାର ଯବାନଙ୍କ ଶବର ବ୍ୟବଚ୍ଛେଦ ବ୍ରହ୍ମପୁର ମେଡିକାଲରେ ପୁଲିସ ଉପସ୍ଥିତରେ ପରିବାର ବର୍ଗଙ୍କ ଅନୁପସ୍ଥିତିରେ ହେବା ସହ ମୃତଦେହକୁ ଆର୍ମି ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଆର୍ମି ପକ୍ଷରୁ ସନ୍ଧ୍ୟାରେ ଏକ ବିମାନ ଯୋଗେ କ୍ରୀଷ୍ଣାଙ୍କ ମୃତ ଦେହକୁ ତାମିଲନାଡୁ ପଠାଇଦିଆଯାଇଥିବା ଜଣାପଡିଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories