ପିପିଲି : ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିପିଲି ଏନ୍ଏସିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ, ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଆଡ୍ଭୋକେଟ ସୁରେଶ କୁମାର ରଥ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ୍ ମାଧବ ଚନ୍ଦ୍ର ବୈଠାରୁ, ସମାଜସେବୀ ଭଗବାନ ସେଠୀ, ଅଶ୍ୱିନୀ କୁମାର ସେନ, ବିଘ୍ନେଶ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୧୯୭୯ ମସିହାରୁ ଅଦ୍ୟାବଧି ୧୫୦ଥର ରକ୍ତଦାନ କରିଥିବା ଭୁବନେଶ୍ୱରର ରକ୍ତଦାତା ଗୋପୀମୋହନ ପଟ୍ଟନାୟକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏହି ଶିବିରରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ବ୍ୟାଙ୍କର ଡାକ୍ତର ଶ୍ରୀକାନ୍ତ କୁମାର ଦାଶଙ୍କ ତତ୍ତ୍ବାବଧାନରେ ବ୍ଲକ୍ ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ୩୬ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ରମେଶ କୁମାର ରଥ, ସୋମନାଥ ଦାଶ, ପ୍ରଦୀପ ଘଡେଇ, ମାନସ ରଞ୍ଜନ ଦାସ, ସଂଜୀବ କୁମାର ସେଠୀ, ନୃସିଂହ ପରିଡା, ଅଭିଜିତ ବେହେରା, ସୁଜିତ ବାରିକ, ସ୍କୃତିରଞ୍ଜନ ନାୟକ, ରବିରଞ୍ଜନ ଦାସ, କୃତୀଦୀପ୍ତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Popular Categories



