ଲକ୍ଷ୍ନୌ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିବାବେଳେ ଏହାକୁ ହ୍ରାସ କରିବା ଲାଗି ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଦୂଷଣ କମାଇବା ପାଇଁ ସରକାର ପାରମ୍ପରିକ ଯଜ୍ଞ କରିବାକୁ ଉତ୍ତରପ୍ରଦେଶ ମନ୍ତ୍ରୀ ସୁନୀଲ ଭରାଲା ରବିବାର ପରାମର୍ଶ ଦେଇଛନ୍ତି। ଭରାଲା କହିଛନ୍ତି, ଯଜ୍ଞ କଲେ ଭଗବାନ ଇନ୍ଦ୍ର ଖୁସି ହେବେ। ତାଙ୍କ କୃପାରୁ ବର୍ଷା ହେବ। ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଚାଷୀମାନେ ଫସଲ ଅବଶେଷକୁ କ୍ଷେତରେ ଜାଳି ଦେଉଥିବାରୁ ପ୍ରଦୂଷଣ ବଢୁଛି ବୋଲି କୁହାଯାଉଥିବାରୁ ଏହାକୁ ଭରାଲା ନାପସନ୍ଦ କରିଛନ୍ତି ଏବଂ ଏହା ଏକ ପ୍ରାକୃତିକ ବ୍ୟବସ୍ଥା ବୋଲି କହିଛନ୍ତି। ସେ କହିଛନ୍ତି, ଅଧିକାଂଶ ଜମିରେ ଶସ୍ୟ ଅମଳ ପରେ ନଡ଼ାକୁ ଛାଡ଼ି ଦିଆଯାଏ ଏବଂ ପରେ ଚାଷୀମାନେ ତାହାକୁ ଜାଳି ଦିଅନ୍ତି। କାରଣ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥାଏ। ତେଣୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ। ପ୍ରଦୂଷଣରୁ ମୁକ୍ତି ପାଇବା ଲାଗି ସରକାର ପାରମ୍ପରିକ ଯଜ୍ଞ କରିବା ଉଚିତ। ଭଗବାନ ଇନ୍ଦ୍ର ସବୁ କିଛି ଠିକ୍ କରିଦେବେ ବୋଲି ଭରାଲା କହିଛନ୍ତି।
ଦିଲ୍ଲୀରେ ପ୍ରଦୂଷଣ କମାଇବା ପାଇଁ ଯଜ୍ଞ କରିବାକୁ ସରକାରଙ୍କୁ ପରାମର୍ଶ ଦେଲେ ବିଜେପି ନେତା
Popular Categories



