www.samajalive.in
Sunday, December 7, 2025
14.1 C
Bhubaneswar

‘ପୂଜା କି ପୋଟଲି’ ଚାକିରି ଛାଡି ଆରମ୍ଭ କରିଥିଲେ ବ୍ୟବସାୟ

ସମାଜ ଡିଜିଟାଲ ଡେସ୍କ: ନୂଆଦିଲ୍ଲୀର ପୂଜା କଣ୍ଠ ୨୦୧୫ରେ ଚାକିରି ଛାଡି ବ୍ୟବସାୟ ପ୍ରତି ମନବଳାଇ ଥିଲେ । ସେବେଠାରୁ ବ୍ୟବସାୟ କରି ସଫଳତା ପାଇବାରେ ଲାଗିଛନ୍ତି ପୂଜା । ସେ କରୁଥିବା ବ୍ୟବସାୟର ନାମ ରଖିଛନ୍ତି ‘ପୂଜା କି ପୋଟଲୀ’ । ପୂଜା ଏମବିଏ କରିବା ପରେ ଦୀର୍ଘ ବର୍ଷ ଧରି କର୍ପୋରେଟ ସେକ୍ଟରରେ କାର୍ଯ୍ୟ କରିଥିଲେ । ୨୦୧୨ରେ ସନ୍ତାନ ହେବା ପରେ ସେ ଚାକିରି ଛାଡିଥିଲେ । ଘରେ ବସି ରହିବା ତାଙ୍କ ପାଇଁ ସହଜ ନଥିଲା । ଏଥିପାଇଁ ସେ ସିଲେଇ, ଏମ୍ବ୍ରୋଡୋରୀ ଓ ହାତବୁଣା କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

୨୦୧୫ରେ ପୂଜାଙ୍କ ସ୍ୱାମୀ ତାଙ୍କୁ ଏକ ସ୍ମାର୍ଟଫୋନ ଦେଇଥିଲେ । କଳା ପ୍ରତି ପୂର୍ବରୁ ରୁଚି ରିଖିଥିବା ପୂଜା ୟୁଟ୍ୟୁବ ଦେଖି ହାତ ତିଆରି ଘରକରଣା ସାମଗ୍ରୀକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରିବାକୁ ମନ ବଳାଇଥିଲେ । ବିଭିନ୍ନ ପ୍ରକାର ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ବିକ୍ରି କରିବାକୁ ଆରମ୍ଭ କରିଥିଲେ । ଏସବୁ ଶିଖିବା ପାଇଁ ପୂଜା କୌଣସି ତାଲିମ କିମ୍ବା କର୍ମଶାଳା କରିନଥିଲେ । ୟୁଟ୍ୟୁବ୍‍ ମାଧ୍ୟମରେ ଘରେ ରହି ଶିଖିଥିଲେ । ଏହି ସବୁ ସାମଗ୍ରୀ ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ସେତିକି କଷ୍ଟ ମଧ୍ୟ ହୋଇଥାଏ । ଏହି ବ୍ୟବସାୟ କରିବାକୁ ପୂଜା ନିଷ୍ପତି ନେଇ ୨ବର୍ଷ ଧରି ସେହି କାମରେ ଲାଗିଥିଲେ । ସଫଳତା ମିଳିବା ପରେ ନିଜେ ଆଗକୁ ବଢିବା ସହ ଅନ୍ୟ ମହିଳାଙ୍କୁ କାମ ଯୋଗାଇ ଦେଇଥିଲେ ।
୨୦୧୨ରେ ପୂଜା ୩୦,୦୦୦ ଟଙ୍କାରେ ଚାକିରି କରୁଥିଲେ । ହେଲେ ‘ପୂଜା କି ପୋଟଲି’ ଆରମ୍ଭ କରିବା ବେଳେ ପ୍ରଥମେ ଦିନକୁ ଗୋଟିଏ କିମ୍ବା ଦୁଇଟି ଅର୍ଡର ପାଉଥିଲେ । ସେତେବେଳେ ୫ରୁ ୬ହଜାର ଟଙ୍କା ରୋଜଗାର କଲେ । ସମୟ ବଦଳିବା ପରେ ସପ୍ତାହକୁ ୧୦୦ ଅର୍ଡର ପାଇଥିଲେ ପୂଜା । ଏକ ଟ୍ରାଭେଲ ଏଜେନ୍ସି ଚଳାଉଥିବା ପୂଜାଙ୍କ ସ୍ୱାମୀ ମଧ୍ୟ ବ୍ୟବସାୟରେ ସାହାଯ୍ୟ କରିବା ଆରମ୍ଭ କଲେ । ୨୦୨୧ ବର୍ଷରେ ପୂଜା ୨୦ଲକ୍ଷ ଟଙ୍କା ଆୟ କରିଥିବା ବେଳେ ୨୦୨୩ରେ ଏହା ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories