ଭିଜିଲାନ୍ସ ହାତରେ କିରାଣି

ସୁବର୍ଣ୍ଣପୁର: ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟର କିରାଣି ଗୋଲକ ବିହରୀ ପୋଢ଼ ଏରିଅର ବିଲ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଜଣେ ବ୍ୟକ୍ତିଙ୍କ ଏରିଅର ବିଲ କରାଇ ଦେବାକୁ ୧୫ହଜାର ଟଙ୍କା ଦାବି କରିଥିଲେ। ବ୍ୟକ୍ତି ଜଣକ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଗୋଲକ ବିହରୀ ପୋଢ଼ ଏରିଅର ବିଲ କରାଇ ଦେବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଧରିବା ସହ ତାଙ୍କଠାରୁ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଜିଲା ମୁଖ୍ୟ ପ୍ରାଣୀଚିକିତ୍ସାଳୟରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିବା ଗୋଲକ ବିହରୀ ପୋଢ଼ ନେଇଥିବା ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

prayash

ବୀରମହରାଜପୁର ଏସଡିଭିଓ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ତଥା ସିଡିଭିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଲକ ବିହାରୀ ପୋଢ଼। ମିଳିଥିବା ସୂଚନା ଅନୁଯାୟୀ ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି ପାଇଁ କାଗଜପତ୍ର ପ୍ରସ୍ତୁତ ପାଇଁ ଗୋଲକ ବିହାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଳକ ବିହାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ସିଡିଭିଓ କାର୍ଯ୍ୟାଳୟରେ ଗୋଲକ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି।

kalyan agarbati

Comments are closed.