www.samajalive.in
Tuesday, December 9, 2025
15.1 C
Bhubaneswar

ଦୀପାବଳିରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

ସୁଆଣ୍ଡୋ: ଆଲୋକର ପର୍ବ ଦୀପାବଳିରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧରେ ପିଣ୍ଡଦାନ, ଦୀପଦାନ କରାଯାଇଛି  । ଜନ୍ମମାଟି ସୁଆଣ୍ଡୋ ସ୍ଥିତ ବାସଭବନ, ସତ୍ୟବାଦୀ,  ଗବକୁଣ୍ଡ, ପଞ୍ଚଶଖା ମଣ୍ଡପ ଓ ଐତିହାସିକ ଗାନ୍ଧୀ ରହଣି ସ୍ଥଳ ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମା ପୁର ସାଇକୁଟିର ସ୍ଥିତ ଉତ୍କଳମଣି ଭବନରେ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି  । ପୁଣ୍ୟାତ୍ମାଙ୍କ ତିନି ପିତୃପୁରୁଷ ଉଦ୍ଦେଶ୍ୟରେ ଗୋପବନ୍ଧୁ ଦାସଙ୍କ ଆତ୍ମଜ ଧୀରେନ୍ଦ୍ର ନାଥ ଦାସ ପିଣ୍ଡ ଦାନ କରିଥିଲେ  । ଏହି ଅବସରରେ ବିନୀତ କୁମାର ଦାଶ, ସଂଧ୍ୟାଶିଖା ରାଜଗୁରୁ, ଶାମ୍ଭିଶ୍ରେୟା ଦାଶ, ଜ୍ଞାନେନ୍ଦ୍ର ନାଥ ଦାଶ, କୌଶଲ୍ୟା ଦାଶ, ସତ୍ୟଭାମା ଦାଶ, ଗଣେଶ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ସୋନି ମହାନ୍ତି, ସାମ୍ଭି ମହାନ୍ତି, ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ, ଧୀରେନ୍ଦ୍ର ସେନାପତି, ଦିବାକର ମହାପାତ୍ର, ପଣ୍ଡିତ କୁଳମଣି ଶତପଥୀ, ସତ୍ୟ ରଞ୍ଜନ ମହାପାତ୍ର, ପ୍ରମୁଖ ସତ୍ୟଭାମା ପୁର ସାଇ କୁଟିର ସ୍ଥିତ ଉତ୍କଳମଣି ଭବନରେ ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ  ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories