nua o banner

ଅଗ୍ନିକାଣ୍ଡରେ ଚାରି ବଖରା ଘର ଭସ୍ମ

BJD Bijuli 480×75 Mob

ସୁଆଣ୍ଡୋ : ପୁରୀ ଜିଲାର ନରେନ୍ଦ୍ରପୁର ଗ୍ରାମ ପାଇକ ସାହିରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଚାରି ବଖରା ଘର ପୋଡି ଯାଇଛ।

ସୂଚନା ଅନୁଯାୟୀ, ଗ୍ରାମର ଗଙ୍ଗାଧର ମହାପାତ୍ର ବିମ୍ବାଧର ମହାପାତ୍ର ଓ ଲକ୍ଷ୍ମିଧର ମହାପାତ୍ରଙ୍କ ଚାରି ବଖରା ନଡା ଛପର ଚାଳଘର ପୋଡି ଯାଇଛି। ତେବେ ପ୍ରଥମେ ଗ୍ରାମର ଯୁବକ ମାନେ ନିଆଁ ଲିଭାଇବାରେ ଲାଗି ପଡିଥିଲେ। ଖବର ପାଇ ଘଟଣା ସ୍ଥଲରେ ଅଗ୍ନିଶମ ବିଭାଗର କର୍ମଚାରୀ  ଦୁଇଟି ଦମକଳ ସହିତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଏହି ଅଗ୍ନିକାଣ୍ଡର ଲକ୍ଷାଧିକ ଟଙ୍କାର ଧାନ ଚାଉଳ ଲୁଗାପଟା ବାସନ କୁସନ ପୋଡି ଯାଇଥିବା ଜଣାପଡିଛି ।

Comments are closed.